ଗ୍ୟାସରେ ପୋଡ଼ି ହୋଇ ଶାଶୁ-ବୋହୁ ମୃତ 

କେଶଦୁରାପାଳ : ଗ୍ୟାସରେ ପୋଡ଼ି ହୋଇ ୨ ମହିଳା ଗୁରୁତର ହୋଇ କଟକ ସ୍ଥାନ୍ତାନ୍ତର  ହୋଇଥିବା ବେଳେ କଟକରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାରୁ ଜଣାଯାଏ ଘଷିପୁରା ଥାନା  ଛକ ନିକଟରେ ଥିବି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପଛପଟେ ରହୁଥିବା ବିନୋଦ ଦାସଙ୍କ ପତ୍ନୀ କାନନ ଦାସ (୫୧) ନିଜ ଘରେ ଚା କରିବା ପାଇଁ ଗ୍ୟାସ୍ ଲଗାଇଥିବା ବେଳେ ହଠାତ୍ ଗ୍ୟାସ ଲିଗ୍ ହୋଇ ଦେହ ସାରା ନିଆଁ ଲାଗି ଯାଇଥିଲା ଏହା ଦେଖି ବୋହୁ ସୁନିତା ଦାସ୍ ଶାଶୁଙ୍କୁ ରକ୍ଷା କରିବାକୁ ଯାଇ ଗ୍ୟାସରେ ପୋଡ଼ି ହୋଇଯାଇଥିଲେ। ଏହା ଦେଖି ପରିବାର ଲୋକ ଗ୍ୟାସକୁ ନିୟନ୍ତ୍ରଣ କରିବା ସହିତ ଶାଶୁ ଓ ବୋହୁଙ୍କୁ  ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର  କରାଯାଇଲା। ତେବେ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି  ଶବ ବ୍ୟବଚ୍ଛେଦ ପରେ ଉଭୟଙ୍କୁ ପୂରୀ ସ୍ଵର୍ଗଦ୍ବାରକୁ ନେଇ ଶବ ସଂସ୍କାର କରାଯାଇଥିବା ଜଣାପଡିଛି ।

Comments are closed.