ଦିଲ୍ଲୀ ଆଇଆଇଟି ପ୍ରସ୍ତୁତ କଲା ସବୁଠୁ ଶସ୍ତା କୋଭିଡ୍‍-୧୯ ପରୀକ୍ଷା କିଟ୍‍

ନୂଆଦିଲ୍ଲୀ : ଦିଲ୍ଲୀ ଆଇଆଇଟି ସବୁଠୁ ଶସ୍ତା କୋଭିଡ୍‍-୧୯ ପରୀକ୍ଷା କିଟ୍‍ ପ୍ରସ୍ତୁତ କରିଛି। ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ୍‍ ନିଶଙ୍କ ଓ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଏହି ପରୀକ୍ଷା କିଟ୍‍ର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀ ଆଇଆଇଟିର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି କିଟ୍‍ ପ୍ରସ୍ତୁତ କରାଯାଇଛି।

କୋରୋସିଓର କମ୍ପାନୀ ଏହି ଆରଟି-ପିସିଆର ଭିତ୍ତିକ କୋଭିଡ-୧୯ ପରୀକ୍ଷା କିଟ୍‍ ପାଇଁ ଲାଇସେନ୍ସ ପାଇଛି। ଦିଲ୍ଲୀ ଆଇଆଇଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ପରୀକ୍ଷା କିଟ୍‍କୁ ନିଉଟେକ୍‍ ମେଡ଼ିକାଲ ଡିଭାଇସେସ୍‍ ଦ୍ୱାରା ଉତ୍ପାଦନ କରାଯାଇଛି। ଖୁବ୍‍ଶୀଘ୍ର ଏହି ପରୀକ୍ଷା କିଟ୍‍ ଦେଶର ସମସ୍ତ ହସ୍ପିଟାଲ ଓ ରୋଗ ନିରୂପଣ କେନ୍ଦ୍ରଗୁଡ଼ିକରେ  ଉପଲବ୍ଧ ହେବ।

Comments are closed.