ମଶା ନିପାତ କରିବ ମଶା

0

ନୂଆଦିଲ୍ଲୀ: ସମଗ୍ର ବିଶକୁ ମଶାର ପ୍ରାଦ୍ୟୁର୍ଭାବରୁ ମୁକ୍ତ କରିବା ନିମନ୍ତେ ମାଇକ୍ରୋସପ୍ଟର ସଂସ୍ଥାପନ ବିଲ ଗେଟ୍ସ ୨୭କୋଟି ଟଙ୍କା ପ୍ରଦାନ କରୁଛନ୍ତି। ଏହି ଟଙ୍କାରେ ବୈଜ୍ଞାନିକମାନେ ପ୍ରସ୍ତୁତ କରିବେ ସ୍ୱତନ୍ତ୍ର ଅକ୍ସିଟେକ ମଶା। ବ୍ରିଟିସ ବାୟୋଟେକ୍ନୋଲୋଜି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଏହି ମଶା ମ୍ୟାଲେରିଆ ବହନ କରୁଥିବା ମାଇ ଏନୋଫେଲିସ ମଶା ସହ ସହବାସ କରିବା ଦ୍ୱାରା ଉଭୟଙ୍କ ମୃତ୍ୟୁ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ସ୍ୱତନ୍ତ୍ର ମଶା ଦ୍ୱାରା ବିଶ୍ୱରୁ ପ୍ରାଣଘତି ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ମୂଳତ୍ପାଟନ କରାଯାଇ ପାରିବ ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି।
ନ୍ୟୁୟର୍କ ପୋଷ୍ଟରେ ଛପା ଯାଇଥିବା ଏକ ରିପୋର୍ଟ ଅନୁଯାୟୀ ଏହି ମଶା ୨୦୨୦ସୁଦ୍ଧା ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବ। ମ୍ୟାଲେରିଆ ଭୂତାଣୁ ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ବିଲ ଆଣ୍ଡ ମିଲିଣ୍ଡା ଫାଉଣ୍ଡେସନ ପକ୍ଷରୁ ବିଲ ଗେଟ୍ସ ଏହି ଟଙ୍କା ପ୍ରଦାନ କରୁଛନ୍ତି। ଏହି ଟଙ୍କାରେ ମଶାଙ୍କ ଜିନ୍‍ରେ ପରିବର୍ତ୍ତନ କରାଯାଇ ଏହି ନୂଆ ପ୍ରଜାତିର ମଶା ପ୍ରସ୍ତୁତ କରାଯିବ। ଏହି ମଶା କେବଳ ମାଇ ମଶାକୁ ଟାର୍ଗେଟରେ ରଖି ନିର୍ମାଣ କରାଯାଉଛି। ନିର୍ମିତ ମଶାକୁ ଏଭଳି ଏକ ସ୍ୱତନ୍ତ୍ର ଜିନ ଦ୍ୱାରା ପ୍ରସ୍ତୁତ କରାଯିବ ଯାହା ସ୍ୱଳ୍ପ ସମୟ ମଧ୍ୟରେ ରୋଗବହନକାରୀ ମଶାଙ୍କୁ ମାରିବାରେ ସଫଳ ହେବ। ଯଦି ମାଇ ମଶା ଅଣ୍ଡା ଦିଏ ତେବେ ମଧ୍ୟ ଏଥିରୁ ଜନ୍ମ ନେଉଥିବା ମଶା ପୂର୍ଣ୍ଣ ବୟସ୍କ ହେବା ପୂର୍ବରୁ ମୃତ୍ୟୁବରଣ କରିବ। ବୈଜ୍ଞାନିକଙ୍କ ମତରେ କେବଳ ପୂର୍ଣ୍ଣ ବୟସ୍କ ମଶା ହିଁ ପ୍ରାଣୀଙ୍କୁ କାମୁଡ଼ି ଥାଏ। ମଶା ନିୟନ୍ତ୍ରଣ ପାଇଁ ନିର୍ମିତ ମଶାଙ୍କୁ ଫ୍ରେଣ୍ଡଲି ମଶା ନାମରେ ନାମିତ କରାଯାଇଛି। ଅକ୍ସେଟିକ ମଶାକୁ ପୂର୍ବରୁ ଜିକା ଭାଇରସ ନିୟନ୍ତ୍ରଣ ପାଇଁ କାର୍ଯ୍ୟରେ ନିୟୋଜିତ କରାଯାଇ ଥିଲା। ଏହା ଦ୍ୱାରା କେତେକ ସ୍ଥାନରେ ଜିକା ଭାଇରସ ବହନ କରୁଥିବା ମଶାଙ୍କ ସଂଖ୍ୟା କେତେକ ସ୍ଥାନରେ ୯୦ପ୍ରତିଶତ କମି ଯାଇଥିବା ଲକ୍ଷ୍ୟ କରାଯାଇ ଥିଲା। ଠିକ୍‍ ଅନୁରୂପ ଭାବରେ ମ୍ୟାଲେରିଆ ମୁକ୍ତ କରିବା ନିମନ୍ତେ ମଶାଙ୍କ ଜିନରେ ପରିବର୍ତ୍ତନ ଆଣି ଏହାକୁ ପ୍ରସ୍ତୁତ କରାଯିବ। ତେବେ ଫ୍ରେଣ୍ଡ୍‍ସ ଅଫ ଆର୍ଥ ନାମକ ଚ୍ୟାରିଟି ସଂସ୍ଥା ବୈଜ୍ଞାନିକଙ୍କ ଏଭଳି ପ୍ରୟାସକୁ ସମାଲୋଚନା କରିଛନ୍ତି।

Leave A Reply