ବାବା ରାମଦେବଙ୍କ ଫଟୋ ପୋଷ୍ଟ କରି ଜଣେ ଗିରଫ

0

ନୋଇଡ଼ା: ବାବା ରାମଦେବଙ୍କ ଏକ ଫଟୋକୁ ଅତିରଞ୍ଜିତ କରି ହ୍ୱାଟ୍‍ସଆପ୍‍ରେ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଏହି ଘଟଣା ଘଟିଛି।
ଦାଦ୍ରି ଗ୍ରାମର ରାହିସୁଦ୍ଦିନ ନାମକ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ରାମଦେବଙ୍କ ଏକ ଫଟୋ ହ୍ୱାଟ୍‍ସଆପ୍‍ରେ ଛାଡ଼ିଥିଲେ। ସେହି ଫଟୋରେ ରାମଦେବଙ୍କୁ ଅସ୍ୱାଭାବିକ ଭାବେ ଠିଆ ହୋଇଥିବା ଦେଖାଯାଇଛି। ଏହାପରେ ନୋଇଡ଼ା ପୁଲିସ ରାହିସୁଦ୍ଦିନଙ୍କୁ ଗିରଫ କରି ଆଇଟି ଆଇନରେ ଏକ ମାମଲା ରୁଜୁ କରିଛି। ପତଞ୍ଜଳି ଆୟୁର୍ବେଦିକ ଲିମିଟେଡ୍‍ର ପରିଚାଳନା ନିର୍ଦେଶକ ତଥା ପତଞ୍ଜଳି ଯୋଗପୀଠର ସହପ୍ରତିଷ୍ଠାତା ଆଚାର୍ଯ୍ୟ ବାଲକ୍ରିଷ୍ଣା ପୁଲିସର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି।

Leave A Reply