ସକାଳ ସମୟର କିଛି ଅଭ୍ୟାସ

ସକାଳ ସମୟରେ କିଛି ଏପରି ଅଭ୍ୟାସ ରହିଛି, ଯାହାକୁ ଆପଣେଇବା ଦ୍ୱାରା ଆମ ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଆମକୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ତାହା କ’ଣ……..
ଯୋଗ କରିବା –
ସକାଳୁ ଉଠି ନିୟମିତ ଯୋଗ କରିବା ଦ୍ୱାରା ପାଚନ ତନ୍ତ୍ର ସୂଚାରୁ ରୂପେ କାର୍ୟ୍ୟ କରିଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। କାର୍ୟ୍ୟ କରିବାକୁ ଆଗ୍ରହ ହୋଇଥାଏ। ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ।
ପାଣି –
ସକାଳୁ ଉଠିବା ମାତ୍ରେ ଆପଣ ଖାଲି ପେଟରେ ଏକ ଗ୍ଲାସ ପାଣି ପିଅନ୍ତୁ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖେ, ମସ୍ତିଷ୍କ ସକ୍ରିୟ କରିଥାଏ। ପାଣିରେ ସାମାନ୍ୟ ଲେମ୍ବୁ ରସ ପକାଇ ମଧ୍ୟ ପିଇ ପାରିବେ।
ସନ୍ତୁଳିତ ଜଳଖିଆ ଖାଆନ୍ତୁ –
ଜଳଖିଆ ଦିନର ପ୍ରଥମ ଭୋଜନ ଅଟେ। ତେଣୁ ଏଥିରେ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ରହିବା ଅତ୍ୟନ୍ତ ଆବଶ୍ୟକ। ଏହା ଆପଣଙ୍କୁ ଦିନଯାକ ଶକ୍ତି ପ୍ରଦାନ କରିଥାଏ। ତେଣୁ ଜଳଖିଆରେ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ।

Comments are closed.