ସକାଳୁ ଉଠି ଏହି କାର୍ଯ୍ୟ କରିବା ଦ୍ୱାରା ଦିନ ଭଲରେ କଟିଥାଏ

0

ଶାସ୍ତ୍ରରେ କୁହାଯାଇଛି ଯେ, ଯଦି ସକାଳର ଆରମ୍ଭ ଭଲ ହୁଏ ତେବେ ପୁରା ଦିନ ଭଲରେ କଟିଥାଏ। ଏହି କାରଣରୁ ସକାଳୁ ଏପରି କିଛି କାମ କରିବା ଅନୁଚିତ ଯାହାଦ୍ୱାରା ପୁରା ଦିନ ଖରାପ ହୋଇଯିବ। ଶାସ୍ତ୍ରରେ ଏପରି କିଛି ଉପାୟ କୁହାଯାଇଛି ଯାହା ସକାଳୁ ଉଠି କରିବା ଦ୍ୱାରା ଦିନ ଅତ୍ୟନ୍ତ ଭଲ କଟିଥାଏ। ଏବଂ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ।ସକାଳୁ ଉଠି ନିଜର ଦୁଇ ହାତର ପାପୁଲିକୁ ଦେଖନ୍ତୁ। ଏପରି କରିବା ଦ୍ୱାରା ପାପୁଲିରେ ସକାରାତ୍ମକ ଶକ୍ତି ଓ ଦୈବ୍ୟ ଶକ୍ତି ସକ୍ରିୟ ହୋଇଯାଆନ୍ତି।
ସକାଳୁ ଉଠିବା ମାତ୍ରେ ଯଦି ଆପଣଙ୍କୁ ମନ୍ଦିରର ଘଣ୍ଟି ଓ ଶଙ୍ଖର ଧ୍ୱନୀ ଶୁଣାଯାଏ ତେବେ ଆପଣଙ୍କ ଦିନଟି ଖୁବ ମଙ୍ଗଳମୟ ହେବ।
ସକାଳେ ବିଛଣା ଛାଡିବା ପୂର୍ବରୁ ପ୍ରଥମେ ନିଜର ଇଷ୍ଟ ଦେବାଦେବୀଙ୍କୁ ଦର୍ଶନ କରନ୍ତୁ। ଏପରି କରିବା ଦ୍ୱାରା ଦିନଟି ଶୁଭ ଫଳ ଦେଇଥାଏ।ଯଦି ଆପଣଙ୍କ ଦିନ ଭଲ କରିବାକୁ ଚାହାନ୍ତି ତେବେ ସୂର୍ଯ୍ୟଙ୍କ ଦର୍ଶନ କରିବା ଉଚିତ।
ସକାଳେ ଘରୁ ବାହାରିବା ସମୟରେ ରାସ୍ତାରେ ଗାଈ ଦେଖିବେ ତେବେ ଦିନଟି ଅତ୍ୟନ୍ତ ଶୁଭ ରହିବ।

Leave A Reply