ମୋର୍ଗାନ-ତାରାଙ୍କ ବିବାହ ସମ୍ପନ୍ନ

0

ଲଣ୍ଡନ : ଇଂଲଣ୍ଡ ଦିନିକିଆ କ୍ରିକେଟ ଦଳର ଅଧିନାୟକ ଇଓନ ମୋର୍ଗାନ ଶନିବାର ତାଙ୍କର ଦୀର୍ଘଦିନର ବାନ୍ଧବୀ ତାରା ରିଜ୍‍ୱେଙ୍କୁ ବିବାହ କରିଛନ୍ତି। ୨୦୧୦ରେ ମୋର୍ଗାନ ଅଷ୍ଟ୍ରେଲିଆରେ ମ୍ୟାଚ ଖେଳୁଥିବାବେଳେ ମଡେଲ/ଅଭିନେତ୍ରୀ ତାରାଙ୍କ ସହ ପ୍ରଥମ ସାକ୍ଷାତ ହୋଇଥିଲା। ସୋମରସେଟ୍‍ସ୍ଥିତ ବାବିଙ୍ଗ୍‍ଟନ ହାଉସରେ ଆୟୋଜିତ ଏହି ଉତ୍ସବରେ ଇଂଲଣ୍ଡ କ୍ରିକେଟର ଜାସନ ରୟ, ଷ୍ଟିଭେନ ଫିନ୍‍, ଆଲିଷ୍ଟର କୁକ୍‍, ମୋର୍ଗାନଙ୍କ ଘନିଷ୍ଠ ବନ୍ଧୁ ତଥା ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‍କଲମଙ୍କ ସମେତ ମୋଟ ୧୩୦ ଜଣ ଅତିଥି ଯୋଗଦେଇଥିଲେ। ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଦିନିକିଆ ଦଳ ବିଗତ କିଛି ବର୍ଷ ଧରି କ୍ରମାଗତ ସଫଳତା ହାସଲ କରିଆସୁଛି।

Leave A Reply