ରାଜ୍ୟର ଆଉ ୩ ସ୍ଥାନକୁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର: ରାଜ୍ୟର ଆଉ ୩ଟି ସ୍ଥାନକୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବରରୁ ଜୁନାଗଡ଼, ଜଗଦଲପୁର ଓ ନୟାଗଡ଼କୁ ସ୍ବତନ୍ତ୍ର ଟ୍ରେନ୍‌ ଗଡ଼ିବ। ଏପ୍ରିଲ ୧୦ରୁ ଭୁବନେଶ୍ବରୁ ଜୁନାଗଡ଼କୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରବାକୁ ଥିବାବେଳେ ଏପ୍ରିଲ୍‌ ୨୦ରୁ ଭୁବନେଶ୍ବରରୁ ଜଗଦଲପୁରକୁ ଯିବ ସ୍ବତନ୍ତ୍ର ଟ୍ରେନ୍। ସେହିପରି ଏପ୍ରିଲ୍ ୧୩ରେ ଭୁବନେଶ୍ବରୁ ନୟାଗଡ଼ ଓ ଏପ୍ରିଲ୍ ୧୪ରୁ ନୟାଗଡ଼ରୁ ଭୁବନେଶ୍ବର ଟ୍ରେନ୍‌ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦିଆଯାଇଛି।

Comments are closed.