ବରଗଡ଼ରୁ ୨ ଲକ୍ଷ ୬୦୦ ଜାଲନୋଟ ଜବତ, ୩ ଗିରଫ

ବରଗଡ଼ : ବରଗଡରେ ଦୀର୍ଘ ଦିନରୁ ଚାଲିଥିବା ଏକ ଜାଲନୋଟ କାରବାରକୁ ଶେଷରେ କ୍ରାଇମବ୍ରାଞ୍ଚର ଏସ.ଟି.ଏଫ ଟିମ ଧରିବାରେ ସଫଳ ହୋଇଛନ୍ତି । ଏହି କାରବାରରେ ସଂଶ୍ଲିଷ୍ଟ ଥିବା ୩ଜଣ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ ଳକ୍ଷ ୬୦୦ ଟଙ୍କା ଜାଲନୋଟ ଜବଦ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଛତିଶଗଡ଼ର ମଙ୍ଗଲୁ ମାଲଖାର, ବରଗଡ଼ରେ ରହୁଥିବା କଟକର୍ ସୁଦର୍ଶନ ମାହାନ୍ତି , ଓ ପ୍ରଫୁଲ୍ଲ ମେହେର । ଏସ.ଟି.ଏଫର ଏକ ୭ ଜଣିଆ ଟିମ ଡି.ଏସ.ପି ଅରୁଣ ସାହୁଙ୍କ ନେତୃତ୍ବରେ ଆସି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Comments are closed.