ଗୋରୁ ବେପାରୀଙ୍କୁ ଆକ୍ରମଣ କରି ୬ ଲକ୍ଷରୁ ଅଧିକ ଟଙ୍କା ଲୁଟ, ୨ ଆହତ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି-ସନପଦର ରାସ୍ତା ମଝିରେ କଲିକତାରୁ ଅସୁଥିବା ଏକ କାରରେ ୪ ଜଣ ଗୋରୁ ବେପାରୀଙ୍କ ଠାରୁ ଦୁଇ ଜଣଙ୍କୁ ଆକ୍ରମଣ କରି ୬.୭୭ହଜାର ଟଙ୍କା ଲୁଟ ହୋଇଥିବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ଏକ କାରରେ ୪ ଜଣ ବେପାରୀ ଗୋରୁ କିଣିବା ପାଇଁ ଆସିଥିବାବେଳେ ସମ୍ପୃକ୍ତ ସ୍ଥାନରେ ଏକ ସ୍କର୍‌ପିଓ ଗାଡିରେ ୪ ଜଣ ଆସି କାରରେ ଯାଉଥିବା ବେପାରୀ ମାନଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ କାର ଚାଳକ ଗଣେଶ କୁମାର ନାୟକଙ୍କର ମୁଣ୍ଡ ଫାଟି ଥିବା ବେଳେ ଦାରୁଦ ଅଲ୍ଲିଙ୍କର ଗୋଡ ଭାଙ୍ଗି ଚିକିସ୍ଥାଧିନ ଅବସ୍ଥାରେ ରହିଛନ୍ତି। ଅଭିଯୁକ୍ତମାନେ ଆକ୍ରମଣ କରି ଦୁଇ ଜଣଙ୍କୁ ଆହତ କରି ଟଙ୍କା ଛଡାଇ ନେଇ ପଳାଇ ଯାଇଥିବାବେଳେ ଦୁଇଟି ମୋବାଇଲ ଫୋନ ରାସ୍ତାରେ ପକାଇ ପଳାଇଛନ୍ତି । ପୁଲିସ ସେହି ମୋବାଇଲ ଦୁଇଟି କୁ ଜବତ କରି ମୋବାଇଲ ଟ୍ରାକିଂ ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।

Comments
Loading...