ଶ୍ରମମନ୍ତ୍ରୀ ଦେଲେ କରୋନା ହିସାବ, ଫେରିଛନ୍ତି ୧୦ ଲକ୍ଷରୁ ଅଧିକ ପ୍ରବାସୀ

ରାଜ୍ୟକୁ କରୋନା ସଂକ୍ରମଣ କାଳରେ ଅର୍ଥାତ ୨୦୨୦ ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ ୧୦ ଲକ୍ଷ ୭ ହଜାର ୩୩୦ ଜଣ ପ୍ରବାସୀ ଫେରିଥିବା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି। ଆଜି ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତରରେ ଶ୍ରମମନ୍ତ୍ରୀ କହିଛନ୍ତି, ପ୍ରବାସୀ ଶ୍ରମିକମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରହଣି ଅବଧି ପରେ ସହାୟତା ବାବଦକୁ ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିରୁ ଜଣଙ୍କ ପିଛା ୨ ହଜାର ଟଙ୍କାର ସହାୟତା ଦିଆଯାଇଛି। ୨୦୨୦ ଅଗଷ୍ଟ ସୁଦ୍ଧା ୬ ଲକ୍ଷ ୭୩ ହଜାର ୭୯ ଜଣ ପ୍ରବାସୀ ଶ୍ରମିକଙ୍କୁ ୧୩୪.୬୨ କୋଟି ଟଙ୍କା ଦିଆଯାଇଛି।

ଏହାଛଡା ୪ ହଜାର ୬୮୯ ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ତେବେ କଟକଣା କୋହଳ ପରେ ଶ୍ରମିକ ଭିଟାମାଟି ଛାଡି ଅନ୍ୟ ରାଜ୍ୟକୁ ପଳାଇଥିବା ସମ୍ବନ୍ଧୀୟ ତଥ୍ୟ ହସ୍ତଗତ ହୋଇନାହିଁ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି।

Comments are closed.