କୋଭିଡ ଟିକାକରଣ : ଟିକାନେଲେଣି ୧ କୋଟି ୭ଲକ୍ଷ ୧୫ହଜାରରୁ ଅଧିକ

ନୂଆଦିଲ୍ଲୀ :  ଦେଶରେ କୋଭିଡ ଟିକାକରଣ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି। ଶନିବାର ଟିକାକରଣର ୩୬ତମ ଦିନ। ତେବେ ଆଜି ସକାଳ ୮ଟା ସୁଦ୍ଧା ଦେଶରେ ମୋଟ୍‍ ୨ ଲକ୍ଷ ୨୨ହଜାର ୩୧୩ ସେସନରେ ୧ କୋଟି ୭ଲକ୍ଷ ୧୫ହଜାର ୨୦୪ଜଣଙ୍କୁ ଟିକାଦାନ କରାଯାଇଛି।
ଏଥିରେ ୬୩ଲକ୍ଷ ୨୮ହଜାର ୪୭୯ ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ପ୍ରଥମ ଡୋଜ୍‍ ଓ ୮ଲକ୍ଷ ୪୭ହଜାର ୧୬୧ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ୍‍ ଟିକାଦାନ କରାଯାଇଛି। ଅନ୍ୟପକ୍ଷରେ ୩୫ଲକ୍ଷ ୩୯ହଜାର ୫୬୪ଜଣ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି।
ତେବେ ରାଜ୍ୟରେ ୪ଲକ୍ଷ ୩୦ହଜାର ୫୮୪ଜଣଙ୍କୁ ପ୍ରଥମ ଡୋଜ୍‍ ଓ ୬୮ହଜାର ୧୨୯ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକାକୁ ମିଶାଇ ମୋଟ ୫ଲକ୍ଷ ୧ହଜାର ୭୧୩ ଜଣଙ୍କୁ ଟିକା ଦିଆଯାଇଛି।

Comments are closed.