ପିଏମ୍-କିଷାନ ଅଧୀନରେ ୧୮୫୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି : କୃଷି ମନ୍ତ୍ରଣାଳୟ

ଉପକୃତ ହୋଇଛନ୍ତି ୯କୋଟି ୨୫ଲକ୍ଷ ପରିବାର

ନୂଆଦିଲ୍ଳୀ : ତାଲାବନ୍ଦ ବା ଲକଡାଉନ୍ ସମୟରେ ପିଏମ୍-କିଷାନ ଯୋଜନା ଅଧୀନରେ ୧୮ ହଜାର ୫୧୭ କୋଟି ଟଙ୍କା ପ୍ରଦାନ କରାଯାଇଛି ଏବଂ ପ୍ରାୟ୯.୨୫ କୋଟି ପରିବାର ଉପକୃତ ହୋଇଛନ୍ତି ବୋଲି କୃଷି ମନ୍ତ୍ରଣାଳୟ କହିଛି ।

ରବି ବିପଣନ ଋତୁ ୨୦୨୦-୨୧ରେ ମୋଟ୍ ୨୭୭.୩୮ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଭାରତୀୟ ଖାଦ୍ୟ ନିଗମରେ ପହଞ୍ଚିଛି ଯେଉଁଥିରୁ ପ୍ରାୟ ୨୬୯ ଲକ୍ଷ ମେଟ୍ରିକ୍ ଟନ୍ କ୍ରୟ କରାଯାଇଛି ବୋଲି ମନ୍ତ୍ରଣାଳୟ ମଧ୍ୟ କହିଛି । ସେହିପରି ରବି ଋତୁ ୨୦୨୦-୨୧ରେ, ରବି ଡାଲି ଜାତୀୟ ଏବଂ ତେଲବୀଜ ଫସଲ ସଂଗ୍ରହ ପାଇଁ ୧୧ଟି ରାଜ୍ୟରେ ସମୁଦାୟ ୩୨୦୮ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି ।  ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୯ଟି ରାଜ୍ୟରୁ ୩.୧୭ ଲକ୍ଷ ମେଟ୍ରିକ୍ ଟନ୍ ଚଣା, ପାଞ୍ଚଟି ରାଜ୍ୟରୁ ୩.୬୭ ଲକ୍ଷ ମେଟ୍ରିକ୍ ଟନ୍ ସୋରିଷ ଏବଂ ୮ଟି ରାଜ୍ୟରୁ ୧.୮୬ ଲକ୍ଷ ମେଟ୍ରିକ୍ ଟନ୍ ହରଡ ଡାଲି କ୍ରୟ କରାଯାଇଛି ।

Comments are closed.