ଟିକାକରଣ ଅଭିଯାନ : ଟିକା ନେଲେଣି ୧୬ କୋଟି ୪୯ଲକ୍ଷରୁ ଅଧିକ

ନୂଆଦିଲ୍ଲୀ : ଦେଶରେ ଟିକାକରଣ ଅଭିଯାନ ସୁରୁଖୁରୁରେ ଆଗେଇ ଚାଲିଛି। ବିଭିନ୍ନ ବର୍ଗ ଓ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଟିକା ନେବା ପାଇଁ ବେଶ ଆଗ୍ରହ ଦେଖିବାକୁ ମିଳୁଛି। ଶୁକ୍ରବାର ସକାଳ ସୁଦ୍ଧା ଦେଶରେ ୧୬ କୋଟି ୪୯ଲକ୍ଷ ୭୩ ହଜାରରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଦିଆଯାଇଛି।

ଏଥିରୁ ୧୩ କୋଟିରୁ ଅଧିକ ଲୋକ ପ୍ରଥମ ପାନ ଟିକା ନେଇଥିଲାବେଳେ ୩ କୋଟିରୁ ଅଧିକ ଲୋକ ଦ୍ୱିତୀୟ ପାନ ଟିକା ନେଇସାରିଲେଣି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତକାଲି ଟିକାକରଣର ୧୧୧ ଦିନରେ ୨୩ ଲକ୍ଷ ୭୦ ହଜାର ୨୯୮ ଜଣଙ୍କୁ ଟିକାଦାନ କରାଯାଇଛି।

୧୮ରୁ ୪୪ବର୍ଷ ମଧ୍ୟରେ ୨ଲକ୍ଷ ୬୨ହଜାର ୯୩୨ଜଣ ହିତାଧିକାରୀ ଗତକାଲି ପ୍ରଥମ ଡୋଜ କୋଭିଡ ଟିକା ନେଇଛନ୍ତି। ଏହା ଫଳରେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୧ଲକ୍ଷ ୬୪ହଜାର ଟିକା ପ୍ରଦାନ କରାଯାଇଛି।

Comments are closed.