ଭୋଜି ଖାଇ ୧୫୦ରୁ ଅଧିକ ଅସୁସ୍ଥ

ବାଲେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ଥିତ ରାଣୀବସାଣ ଗ୍ରାମରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ନବଦମ୍ପତ୍ତିଙ୍କ ସହ ୧୫୦ରୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଗୁରୁତର ଅସୁସ୍ଥ ଥିବା ୧୭ ଜଣଙ୍କୁ ଜଳେଶ୍ୱରପୁର ମେଡ଼ିକାଲରେ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟ ଆକ୍ରାନ୍ତମାନଙ୍କୁ ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ ଦ୍ୱାରା ଅସ୍ଥାୟୀ ସ୍ୱାସ୍ଥ୍ୟ କ୍ୟାମ୍ପରେ ଚିକିତ୍ସା କରାଯାଉଛି। ବିବାହ ଭୋଜିରେ ଖାଦ୍ୟ ବିଷାକ୍ତ ହେବା କାରଣରୁ ଏଭଳି ଅଘଟଣ ଘଟିଥିବା ପ୍ରାର୍ଥମିକ ଆକଳନ କରାଯାଇଛି।
ସୂଚନା ଯୋଗ୍ୟ, ଗତ ୧୫ ତାରିଖରେ ଭୋଗରାଇ ବ୍ଲକ ରାଣୀବସାଣ ଗାଁରେ ଜଣଙ୍କର ବିବାହ ଥିଲା ଓ ଗୁରୁବାର ରାତିରେ ପ୍ରାୟ ୫୦୦ ଅତିଥିଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଭୋଜି ଖାଇବା ପରେ ଖାଦ୍ୟ ବିଷାକ୍ତ ହେବା କାରଣରୁ କିଛି ଗ୍ରାମବାସୀ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ବାନ୍ତି କରିଥିଲେ। ପରେ ସେମାନଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା।

Comments are closed.