ରେକର୍ଡ କରୁଛି ଗଞ୍ଜାମ, ୧୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି

ଭୁବନେଶ୍ୱର : ସୋମବାର ରାଜ୍ୟରୁ  ଆଉ ୨୨୪୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ୨୯ ଜିଲାରୁ ଚିହ୍ନଟ ୨୨୪୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୯୦ ଜଣ କ୍ବାରେଣ୍ଟାଇନରୁ ଥିବାବେଳେ ୮୫୪ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ରାଜ୍ୟରୁ ଆଜି ଆଉ ୨୨୪୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟର ୨୯ ଜିଲାରୁ ଚିହ୍ନଟ ୨୨୪୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୯୦ ଜଣ କ୍ବାରେଣ୍ଟାଇନରୁ ରହିଥିବା ବେଳେ ୮୫୪ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ସୋମବାର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୨୯୪ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୨୯୪ରେ ପହଞ୍ଚିଛି।

କିନ୍ତୁ ରାଜ୍ୟରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ରେକର୍ଡ କରୁଛି ଗଞ୍ଜାମ ଜିଲ୍ଲା। ଆଜି ଗଞ୍ଜାମ ଜିଲ୍ଲାରୁ ୨୪୩ କରୋନା ପଜିିଟିଭ୍‍ ଚିହ୍ନଟ ହୋଇଛନ୍ତି। ଫଳରେ କରୋନା ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାରୁ ଶୀର୍ଷରେ ରହିଛି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାର ୧୦ରେ ପହଞ୍ଚିଛି। ସେହିପରି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥି ସହ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୫ରେ ପହଞ୍ଚିଛି।
ତେବେ ରାଜ୍ୟର କରୋନା ସ୍ଥିତି ସଂପର୍କରେ ଦେଖିଲେ ଜଣାଯାଏ, ଗଞ୍ଜାମ ପରେ ୨ୟ ସ୍ଥାନରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ୮୯୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା କଟକ ଜିଲ୍ଲାରୁ ୪୧୩୦, ସୁନ୍ଦରଗଡରୁ ୩୨୫୮, ଗଜପତିରୁ ୨୩୫୭, ରାୟଗଡାରୁ ୨୨୨୬, ଯାଜପୁରରୁ ୨୧୪୦, ବାଲେଶ୍ୱରରୁ ୨୧୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କୋରାପୁଟରୁ ୧୯୦୨, ପୁରୀରୁ ୧୮୬୦, ଭଦ୍ରକରୁ ୧୬୧୩, ନୟାଗଡରୁ ୧୪୯୩, ସମ୍ବଲପୁରରୁ ୧୪୮୧, କନ୍ଧମାଳରୁ ୧୪୭୦, ମୟୁରଭଞ୍ଜରୁ ୧୪୦୪, ମାଲକାନଗିରିରୁ ୧୩୪୭, କେନ୍ଦୁଝରରୁ ୧୨୧୦, ଜଗତସିଂହପୁରରୁ ୧୦୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ବଲାଙ୍ଗିର ଜିଲ୍ଲାରୁ ୯୪୪, ଢେଙ୍କାନାଳରୁ ୯୨୩, କେନ୍ଦ୍ରାପଡାରୁ ୮୮୮, ବରଗଡରୁ ୮୮୩, କଳାହାଣ୍ଡିରୁ ୮୦୭, ଝାରସୁଗୁଡାରୁ ୫୫୩, ଅନୁଗୁଳରୁ ୫୩୦, ନବରଙ୍ଗପୁରରୁ ୫୧୨, ବୌଦ୍ଧରୁ ୪୨୯, ସୁବର୍ଣ୍ଣର୍ପୁରରୁ ୩୪୩, ନୂଆପଡାରୁ ୨୭୮ ଓ ଦେବଗଡ ଜିଲ୍ଲାରୁ ୧୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.