ଆଶ୍ରୟ କେନ୍ଦ୍ରରୁ ଖସିଗଲେ ୧୩୦୦

ଟୁକ୍ସଲା : ମେକ୍ସିକୋର ଦକ୍ଷିଣାଞ୍ଚଳ ଚିପାସ୍‌ର ଚାପାତୁଲାରେ ଥିବା ଏକ ଶରଣାର୍ଥୀ ଆଶ୍ରୟ କେନ୍ଦ୍ରରୁ ପ୍ରାୟ ୧୩୦୦ ଖସି ପଳାଇଥିବା ଜଣାପଡ଼ିଛି। ସେମାନେ ମୁଖ୍ୟତଃ କ୍ୟୁବାର ନାଗରିକ ବୋଲି ଜଣାପଡ଼ିଛି। କେନ୍ଦ୍ରରେ ଆବଶ୍ୟକତାଠାରୁ ଅଧିକ ଲୋକଙ୍କୁ ରଖାଯିବା ପ୍ରତିବାଦରେ ସେମାନେ ଗୁରୁବାର ଏଠାରେ ନିଆଁ ଲଗାଇଦେବାକୁ ଧମକ ଦେଇଥିଲେ; ତେବେ ରାତିରେ ଖସି ପଳାଇଥିବା ପ୍ରକାଶ। ଦେଶାନ୍ତର ବିଭାଗ ଅଧିକାରୀଙ୍କ ସୂଚନାନୁଯାୟୀ, ସେମାନଙ୍କ ମଧ୍ୟରୁ ୭୦୦ଙ୍କୁ ଠାବ କରାଯାଇଛି ଓ ଫେରାଇ ଆଣିବା ବ୍ୟବସ୍ଥା ହେଉଛି। ଅବଶିଷ୍ଟଙ୍କୁ ଖୋଜାଚାଲିଛି। ଗତ ଅକ୍ଟୋବରରେ ହଜାର ହଜାର ସଂଖ୍ୟାରେ କେନ୍ଦ୍ରୀୟ ଆମେରିକାବାସୀ ଓ କ୍ୟୁବାବାସୀ ମେକ୍ସିକୋ ଯିବାବେଳେ ସୀମାରେ ଧରାପଡ଼ିଥିଲେ। ସେମାନଙ୍କୁ ଏହି କେନ୍ଦ୍ରରେ ରଖାଯାଇଥିଲା। ଏଠାରେ ୯୦୦ ଲୋକଙକ୍କ ପାଇଁ ବ୍ୟବସ୍ଥା ରହିଥିବାବେଳେ ପ୍ରାୟ ୩ହଜାରଙ୍କୁ ଭର୍ତ୍ତି କରାଯାଇଥିଲା। ଏହାକୁ ନେଇ ବାରମ୍ବାର ସେମାନେ ପ୍ରତିବାଦ କରୁଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିଛନ୍ତି ଯେ ଏମାନେ ଦେଶ ପାଇଁ ବୋଝ ହୋଇଥିବାରୁ ମେକ୍ସିକୋ ସରକାର ସେମାନଙ୍କୁ ସ୍ବଦେଶ ପଠାଇ ଦିଅନ୍ତୁ।

Comments are closed.