୫ବର୍ଷରେ ପଞ୍ଜିକୃତ ହୋଇଛି ୧କୋଟି ୨ଲକ୍ଷରୁ ଅଧିକ ଉଦ୍ୟୋଗ

କ୍ଷୁଦ୍ର, ଛୋଟ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୫ବର୍ଷ ଭିତରେ ୧ କୋଟି ୨ ଲକ୍ଷରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଦେଶରେ ପଞ୍ଜିକୃତ ହୋଇଛି। ଲୋକସଭାରେ ଏକ ଲିଖିତ ଉତ୍ତରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଉଦ୍ୟୋଗ ଆଧାର ପୋର୍ଟାଲ ଅନୁସାରେ ୨୦୧୫ ଜୁନ୍‍ ମାସରୁ ୨୦୨୦ ମସିହା ମଧ୍ୟରେ ଦେଶରେ ୧ କୋଟି ୨ ଲକ୍ଷ ୩୨ ହଜାର ୪୬୮ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପଞ୍ଜିକୃତ ହୋଇଛି।

ସେ କହିଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଏହି କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛି। ତା’ଛଡା କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକୁ ସହାୟତା କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। କୋବିଡ୍‍ ନାଇଣ୍ଟିନ୍‍ ସଂକ୍ରମଣ ସମୟରେ କେନ୍ଦ୍ର ସରକାର ଏହି କ୍ଷେତ୍ରକୁ ସହାୟତା କରିବା ଉଦ୍ଦେଶ୍ୟରେ ଅନେକ ପଦକ୍ଷେପ ନେଇଥିବାର ମନ୍ତ୍ରୀ ଜଣାଇଛନ୍ତି।

Comments are closed.