ବିଦେଶରେ ଅଧ୍ୟୟନ ଚାହିଦା ବଢୁଛି

ଭୁବନେଶ୍ୱର: ଶିକ୍ଷା ଅସରନ୍ତି, ଦେଶ ହେଉ ବା ବିଦେଶ, ସମସ୍ତ ଶିକ୍ଷା ଅନୁଷ୍ଠାନ କରୋନା ମହାମାରୀ ପରେ ନିଜ ନିଜର ପାଠ୍ୟକ୍ରମ ଆରମ୍ଭ କରିବାପଇଁ ଉଦ୍ୟମ ଆରମ୍ଭ କରିଦେଲେଣି। କରୋନାର ଦ୍ୱିତୀୟ ଲହର ପରେ ବିଦେଶରେ ଥିବା ଶିକ୍ଷା ଅନୁଷ୍ଠାନଗୁଡିକରେ ଅଧ୍ୟୟନ ପାଇଁ ଚାହିଦା ଅହେତୁକ ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀମାନେ ସେମାନଙ୍କ କ୍ୟାମ୍ପସକୁ ଫେରିବା ସହ ଅଫ୍ ଲାଇନ ଓ ଅନ୍ ଲାଇନରେ ପାଠପଢା ଆରମ୍ଭ କରିଦେଇଛନ୍ତି। ଅନେକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଟିକାକରଣ ସମ୍ପୂର୍ଣ୍ଣ ହୋଇସାରିଥିବାରୁୁ ଶିକ୍ଷାନୁଷ୍ଠାନଗୁଡିକ ସ୍ୱାଭାବିକ ଭାବେ କାର୍ଯ୍ୟ ଆରମ୍ଭ କରୁଛନ୍ତି।
ବିଦେଶରେ ଅଧ୍ୟୟନର ଚାହିଦା ବୃଦ୍ଧି ସଂପର୍କରେ ଲେଟ୍ସ ଟକ୍ର ପ୍ରତିଷ୍ଠାତା ସୁନିତା ବୋଷ କହିଛନ୍ତି, ଚଳିତବର୍ଷ କେତେ ସଂଖ୍ୟାରେ ଛାତ୍ରଛାତ୍ରୀ ପଢିବାପାଇଁ ବିଦେଶକୁ ଯାଉଛନ୍ତି ତାହା କହିବା କଷ୍ଟ କିନ୍ତୁ, ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ସେମାନେ ପରାମର୍ଶ ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୦% ବୃଦ୍ଧି ପାଇଛି। ବିଦେଶରେ ସ୍ନାତକୋତର କ୍ଷେତ୍ରରେ ଅଧ୍ୟୟନ ସୁଯୋଗ ପାଇଁ ଛାତ୍ରଛାତ୍ରୀମାନେ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି। ମଜାଦାର କଥା ହେଉଛି ଚଳିତ ବର୍ଷ ଭାରତରେ ସର୍ବାଧିକ ଛାତ୍ର ଭିସା ପାଇଁ ଆବେଦନ ହୋଇଛି। ଏହା ବର୍ଷ ପରେ ବର୍ଷ ବୃଦ୍ଧିପାଇବା ଆଶା କରାଯାଉଛି।
ଲେଟ୍ସ ଟକ୍ ଏକ ଏଜୁକେସନ୍ କନସ୍ଲଟାନ୍ସି ଇତିମଧ୍ୟରେ ବିଶ୍ୱରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ୪୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିଛି। ଭାରତ, ଲଂଣ୍ଡନ, ବ୍ରିଟେନ, ଆମେରିକା, କାନାଡ଼ା, ହଂକଂ ଏବଂ ସିଙ୍ଗାପୁରର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାରେ ଏହି ପ୍ରତିଷ୍ଠାନ ବିଶେଷ ସଫଳତା ହାସଲ କରିଛି। ଏହାର ପୂର୍ବ ଭାରତ ମୁଖ୍ୟ ସୁଦକ୍ଷିଣା ବାନାର୍ଜୀ କହିଛନ୍ତି, ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶାରୁ ସର୍ବାଧିକ ଛାତ୍ରଛାତ୍ରୀ ବିଦେଶରେ ପଢିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

Comments are closed.