ମୋରଡାରେ ନବୀନଙ୍କ ଉପରେ ବର୍ଷିଲେ ଶାହା

ମୋରଡା : ମୟୁରଭଞ୍ଜ ଜିଲା ମୋରଡା ବିଜୟ ସଂକଳ୍ପ ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେଇଛନ୍ତି। ଶାହା ସମାବେଶରେ ଉପସ୍ଥିତ ଜନତାଙ୍କୁ ଉଦଭୋଦନ ଦେଇ ଭ୍ରଷ୍ଟାଚାରୀ ରାଜ୍ୟ ସରକାରଙ୍କୁ ଉପାଡି ଫୋଫାଡି ଦେବା ଦରକାର ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଆ କହିବା କିମ୍ବା ପଢିଜାଣିନାହାନ୍ତି। ଓଡ଼ିଶାରେ ପ୍ରାକୃତିକ ପରିବେଶ ପରିପୂର୍ଣ୍ଣ ତଥାପି ଓଡ଼ିଶାରେ ଗରିବି ଦେଖାଯାଉଛି। ବିଜେପି ସରକାର ମୌଳିକ ଅସୁବିଧା ଦୂର କରିଛି। ୮କୋଟି ଘରେ ଶୌଚାଳୟ ପହଞ୍ଚିଛି। ଆୟୁଷ୍ମାନ ଯୋଜନା ଦ୍ୱାରା ୨୩ଲକ୍ଷ ବ୍ୟକ୍ତି ଉପକୃତ ହୋଇ ସାରିଲେଣି। କିନ୍ତୁ ରାଜ୍ୟ ସରକାର ମୋଦିଙ୍କ ଲୋକପ୍ରିୟତା ଦେଖି ଭୟ କରୁଛନ୍ତି। ବିଜେଡି ସରକାର ଚିଟଫଣ୍ଡ ଘୋଟାଲାକାରୀଙ୍କୁ ସୁରକ୍ଷା ଦେଉଥିବା ଶାହା କହିଛନ୍ତି। ରାଜ୍ୟରେ ବିଜେପି ସରକାରକୁ ଆସିଲେ ସମସ୍ତ ଚିଟଫଣ୍ଡ ଘୋଟାଲାକାରୀ ଜେଲ ଯିବେ ବୋଲି ଶାହା ଏହି ସଭାରେ କହିଛନ୍ତି।

Comments are closed.