ବିଶ୍ୱରେ ପ୍ରଥମ ଦେଶ ଭାବେ ଭାରତ ଚନ୍ଦ୍ରରେ  ପରମାଣୁ ଶକ୍ତି ପାଇଁ  କରିବ ଗବେଷଣା

0

ବେଙ୍ଗାଲୁର: ବିଶ୍ୱରେ ପ୍ରଥମ ଦେଶ ଭାବେ ଭାରତ ଚନ୍ଦ୍ରରେ  ବର୍ଜ୍ୟ ବସ୍ତୁ ବିହୀନ ପରମାଣୁ ଶକ୍ତି ଉତ୍ପନ କରିବାପାଇଁ ଗବେଷଣା କରୁଛି । ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏହି ଯୋଜନା କରୁଛି । ଚନ୍ଦ୍ରର ଦକ୍ଷିଣ ମେରୁରେ  ଏଥିପାଇଁ ଏକ ଲ୍ୟାଣ୍ଡ ରୋଭରକୁ ଅବତରଣ କରାଯିବ ।  ଚଳିତ ବର୍ଷ ଅକ୍ଟୋବର ଦୁଇ ତାରିଖରେ  ଇସ୍ରୋ ଚନ୍ଦ୍ରାୟନ-୨କୁ ଉତ୍‌କ୍ଷେପଣ କରିବାର ଯୋଜନା କରୁଛି ।

ଚନ୍ଦ୍ରର ଦକ୍ଷିଣ ମେରରୁ ପ୍ରଚୁର ପରିମାଣରେ ହିଲିୟମ ୩ ଥିବାର ଅନୁମାନ କରାଯାଉଛି । ଏହା ସାରା ପୃଥିବୀକୁ ୨୫୦ ବର୍ଷ ପାଇଁ ଇନ୍ଧନ ଯୋଗାଇ ପାରିବ ।

ଚନ୍ଦ୍ରର ଦକ୍ଷିଣ ମେରରୁରେ ଆଜି ପର୍ଯ୍ୟନ୍ତ ବିଶ୍ୱର କୌଣସି ଦେଶ ଗବେଷଣା ଆରମ୍ଭ କରି ନାହାନ୍ତି । କୌଣସି ଦେଶର ମହାକାଶ ଯାନ ଏଠାକୁ ଯାଇ ନାହିଁ । ପ୍ରଥମ ଥର ପାଇଁ ଭାରତର ମହାକାଶ ଯାନ  ଓ ଲ୍ୟାଣ୍ଡ ରୋଭର ଏଠାରେ ଅବତରଣ କରିବାସହ ଗବେଷଣା କରିବ । ପୂର୍ବରୁ ଚନ୍ଦ୍ରରେ ପାଣି ଥିବା କଥା ଭାରତର ଚନ୍ଦ୍ରାୟନ-୧ ଗବେଷଣା କରିବା ସହ ଏହାର ମେରୁରେ ଥିବା ବରଫ ଫଟୋ ଉତ୍ତୋଳନ କରି ପଠାଇଥିଲା ।

Leave A Reply