କରୋନା ପ୍ରଭାବ : ବିଳମ୍ବିତ ହେବ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ ବିଳମ୍ବିତ ହେବ। ଏ ସମ୍ପର୍କରେ ରବିବାର ଇସ୍ରୋ ମୁଖ୍ୟ କେ ଶିବନ ସୂଚନା ଦେଇଛନ୍ତି। ଶିବନ କହିଛନ୍ତି ଯେ ଚଳିତ ବର୍ଷ ଉତ୍‌କ୍ଷେପଣ ହେବାକୁ ଥିବା ଚନ୍ଦ୍ରଯାନ-୩ ବିଳମ୍ବିତ ହେବ। କରୋନା ମହାମାରୀ କାରଣରୁ ଏହାର ଉତ୍‌କ୍ଷେପଣ ୨୦୨୨ରେ ହେବ। ଶିବନ କହିଛନ୍ତି ଯେ ଚନ୍ଦ୍ରଯାନ-୩ରେ ଅର୍ବିଟର ରହିବ ନାହିଁ। ଏଥିରେ କେବଳ ଲ୍ୟାଣ୍ଡର ରହିବ। ଚନ୍ଦ୍ରଯାନ -୨କୁ ଯେଉଁଠାରେ ଅବତରଣ ପାଇଁ ଯୋଜନା କରାଯାଇଥିଲା ସେହିଠାରେ ହିଁ ଚନ୍ଦ୍ରଯାନ-୩କୁ ଅବତରଣ କରାଯିବ।

Comments are closed.