ଚନ୍ଦ୍ର ମିଶନ ପାଇଁ ଇସ୍ରୋ ତିଆରି କଲା ମୁନ୍‌ ଲ୍ୟାଣ୍ଡର

0

ନୂଆଦିଲ୍ଲୀ . – ଖୁବ ଶୀଘ୍ର ଚନ୍ଦ୍ରକୁ ଭାରତର  ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏକ ମହାକଶ ଯାନ ପ୍ରେରଣ କରିବ । ଏହାର ନାମ ଚନ୍ଦ୍ରାୟନ-୨ ।  ଚନ୍ଦ୍ରରେ ଭାରତରେ ତିଆରି ହୋଇଥିବା ଏକ ଯାନ ଅବତରଣ କରିବା ସହ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବ । ଏହି ମୁନ- ଲ୍ୟାଣ୍ଡରକୁ ସ୍ୱଦେଶୀ  ଜ୍ଞାନ କୌଶଳରେ ତିଆରି କରାଯାଇଛି । ଚନ୍ଦ୍ରରେ ଅବତରଣ  କରିବା ପାଇଁ ଏହାର ବିଭିନ୍ନ ପରୀକ୍ଷ ନିରୀକ୍ଷା କରାଯାଇଛି । ଏହି ପରୀକ୍ଷା ନିରୀକ୍ଷା ସଫଳ ହୋଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ଭାରତର ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ନାମ ଅନୁସାରେ ଏହାର ନାମ ବିକ୍ରମ ରଖାଯାଇଛି ।   ଭାରତ ପ୍ରଥମେ ଚନ୍ଦ୍ରାୟନ-୧ ଚନ୍ଦ୍ରକୁ ଉତ୍‌କ୍ଷେପଣ କରିଥିଲା ।

Leave A Reply