ଚନ୍ଦ୍ର ଚାରିପାଖରେ ଇନ୍ଦ୍ରଧନୁର ବଳୟ

ଭୁବନେଶ୍ବର : ଚନ୍ଦ୍ର ଚାରିପାଖେ ବଳୟ। ବେଳେ ବେଳେ ଏଭଳି ବଳୟ ଦେଖାଯାଇଥାଏ। ବୁଧବାର ସନ୍ଧ୍ୟାରେ ଚନ୍ଦ୍ର ଚାରିପାଖରେ ଇନ୍ଦ୍ରଧନୁର ରଙ୍ଗ ଥିବା ଏକ ବଳୟ ଦେଖିବାକୁ ମିଳିଛି। ଏହା ଭୁବନେଶ୍ବର ସମେତ ଅନେକ ସ୍ଥାନରେ ବଳୟ ଦେଖାଯାଇଥିବାର ସୂଚନା ମିଳିଛି ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ଉପ ନିଦେର୍ଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ପ୍ରକୃତରେ ଏହା ମେଘ ଓ ଆଲୋକ ଦ୍ବାରା ସଂଗଠିତ ଏକ ଅସାଧାରଣ ଦୃଶ୍ୟ। ଯାହାକୁ ଆମ ଆଖିରେ ଭ୍ରମ ସୃଷ୍ଟି ହୋଇଥାଏ। ଏପରି ବଳୟ ‌ ବର୍ଷକରେ ଶହେରୁ ଅଧିକ ଥର ଘଟିଥାଏ । ଚନ୍ଦ୍ର ଓ ସୂର୍ଯ୍ୟ ଚାରିପାଖରେ ବହୁ ସମୟରେ ଏପରି ବଳୟ ସୃଷ୍ଟି ହୋଇଥାଏ। ଆମ ବାୟୁମଣ୍ଡଳ‌େ‌ର ଥିବା ମେଘ ଗୁଡିକ ଛୋଟ ବରଫ ସ୍ଫଟିକରେ ତିଆରି ହୋଇଥାଏ। ଏହି ସ୍ଫଟିକ ଗୁଡିକ ଖୁବ ପତଳା ଏବଂ ଷଡଭୁଜ ଆକାରର। ଏହି ଷଡଭୁଜ ଗୁଡ଼ିକ ଯୋଡି ହୋଇ ରହିଥିବା ଦୁଇଟି ପ୍ରିଜିମ ଭଳି କାର୍ଯ୍ୟ କରେ। ଫଳରେ ଏହି ବରଫ ସ୍ଫଟିକ ମାଧ୍ୟମରେ ସୂର୍ଯ୍ୟ ଆଲୋକ ଗତି କଲାବେଳେ ୨୨ ଡିଗ୍ରୀ କୋଣରେ ବାଙ୍କି ଯାଇଥାଏ। ଏଥିସହ ୬ଟି ରଙ୍ଗରେ ବିକଶିତ ହୋଇଥାଏ। ଆମଠାରୁ ୨୦ଫୁଟ କିମ୍ବା ତାଠାରୁ ଅଧିକ ଉଚ୍ଚତାରେ ପତଳା ମେଘ ରହେ ତେବେ ଦିନରେ ସୂର୍ଯ୍ୟ ଚାରିପଟରେ ଓ ରାତିରେ ଚନ୍ଦ୍ର ଚାରିପଟେ ଏପରି ବଳୟ ଦେଖାଯାଇଥାଏ। ଏହର କୌଣସି ପ୍ରଭାବ ପୃଥିବୀ ଉପରେ ପଡ଼େ ନାହିଁ; କିନ୍ତୁ ସାଧାରଣତଃ ବାୟୁମଣ୍ଡଳରର ଝଡ ପୂର୍ବରୁ ମେଘ ପତଳା ହୋଇ ଖୁବ ଉପରକୁ ଉଠିଯାଏ ଓ ଗୋଟିଏ ଦିନ ପରେ ତଳକୁ ଆସି ବର୍ଷା କରିଥାଏ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.