ମୌସୁମୀ ବନ୍ୟାରେ ୬ ରାଜ୍ୟରେ ୫୩୭ ମୃତ

0

ନୂଆଦିଲ୍ଲୀ/ଲକ୍ଷ୍ନୌ : ଚଳିତ ବର୍ଷ ମୌସୁମୀ ଋତୁରେ ବନ୍ୟା ଏବଂ ବର୍ଷା ଜନିତ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ ରାଜ୍ୟରେ ୫୩୭ ଜଣଙ୍କ ମୃତ୍ୟୁ ଘଟିଛି। ଗୃହ ମନ୍ତ୍ରାଳୟର ଏନ୍‍ଆର୍‍ସି କେନ୍ଦ୍ରରୁ ଜାରି ପରିସଂଖ୍ୟାନ ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ୧୩୯ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ବନ୍ୟା ଓ ବର୍ଷା ଜନିତ ଦୁର୍ଘଟଣାରେ ୭୦ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଗତ ଦିନ ମଧ୍ୟରେ କେବଳ ଉତ୍ତରପ୍ରଦେଶରେ ୫୮ ଜଣ ପ୍ରାଣ ହରାଇଛନ୍ତି। ଉତ୍ତର ଭାରତରେ ଏବେ ପ୍ରବଳ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ସୋମବାର ପର୍ଯ୍ୟନ୍ତ ୯ଟି ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି।
ଉତ୍ତର ଭାରତର କେତେକ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛନ୍ତି। ଯମୁନା ନଦୀ ବିପଦ ସଂକେତ ଅବସ୍ଥାରେ ପ୍ରବାହିତ ହେଉଥିବାରୁ ଦିଲ୍ଲୀ ଏବଂ ହରିୟାଣାରେ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଆସାମରେ ବ୍ରହ୍ମପୁତ୍ର ଏବଂ ଅନ୍ୟ ଶାଖା ନଦୀଗୁଡ଼ିକରେ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟାରେ ଆସାମରେ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମହରାଷ୍ଟ୍ରର ୨୬, ପଶ୍ଚିମବଙ୍ଗର ୨୧, ଆସାମର ୨୧, କେରଳର ୧୪, ଗୁଜରାଟର ୧୦ ଜିଲାରେ ବନ୍ୟା ଅବସ୍ଥା ରହିଛି। ପଶ୍ଚିମବଙ୍ଗରେ ୧ ଲକ୍ଷ ୬୦ ହଜାର ଏବଂ କେରଳରେ ୧ ଲକ୍ଷ ୪୦ ହଜାର ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଆସାମରେ ପ୍ରାୟ ୨ ଲକ୍ଷ ଲୋକ ରିଲିଫ୍‍ ଶିବିରରେ ରହିଛନ୍ତି।
ବନ୍ୟା ଓ ବର୍ଷା ଜନିତ ଦୁର୍ଘଟାରେ ବିଭିନ୍ନ ରାଜ୍ୟରେ ମୃତକଙ୍କ ସଂଖ୍ୟା
ମହାରାଷ୍ଟ୍ରରେ ୧୩୯ ମୃତ
କେରଳରେ ୧୨୬ ମୃତ
ପଶ୍ଚିମବଙ୍ଗର ୧୧୬ ମୃତ
ଉତ୍ତରପ୍ରଦେଶରେ ୭୦ ମୃତ
ଗୁଜରାଟରେ ୫୨ ମୃତ
ଆସାମରେ ୩୪ ମୃତ

Leave A Reply