ରଜରେ ଭିଜୁଛି ଓଡ଼ିଶା; ଆସନ୍ତା ୪ ଦିନ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ସାରା ରାଜ୍ୟକୁ ମୌସୁମୀ ବାୟୁ ଛୁଇଁ ସାରିଛି। ଆଜି ମଧ୍ୟାନ୍ନ ସୁଦ୍ଧା ସମଗ୍ର ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଆରମ୍ଭ ହୋଇଛି। ଏହାସହ ମୌସୁମୀ ବାୟୁର ପ୍ରଭାବ ଯୋଗୁଁ ୨୪ଘଣ୍ଟାରେ ଓ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଜଣାପଡ଼ିଛି। କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ମୌସୁମୀ ପାଇଁ ଅନୁକୁଳ ପରିସ୍ଥିତି ଯୋଗୁଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.