ଇନ୍ଦୌରରେ ଚିହ୍ନଟ ହେଲେ ମଙ୍କିପକ୍ସ ଆକ୍ରାନ୍ତ

ଇନ୍ଦୌର : ଭୟ ବଢାଉଛି ମଙ୍କିପକ୍ସ। ମଧ୍ୟପ୍ରଦେଶର ଇନ୍ଦୌରରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏହାପରେ ଭୟର ବାତାବରଣ ସୃଷ୍ଟି ହେଉଥିବା ଦେଖାଯାଉଛି। ଇନ୍ଦୌରର ଜଣେ ମହିଳା ନିକଟରେ ମଙ୍କିପକ୍ସର ଲକ୍ଷଣ ଦେଖାଯାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ଉକ୍ତ ମହିଳାଙ୍କୁ ସଙ୍ଗରୋଧରୁ ରଖିଛି। ସ୍ୱାସ୍ଥ୍ୟ ବିଭାଗ ଗୁରୁବାର ମହିଳାଙ୍କ ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ପୁଣେ ପଠାଇଛି। ରିପୋର୍ଟ ଆସିବା ଯାଏଁ ମହିଳାଙ୍କୁ ସଙ୍ଗରୋଧରେ ହିଁ ରଖାଯିବ। ମହିଳାଙ୍କ କୌଣସି ଟାଭ୍ରେଲ ହିଷ୍ଟ୍ରି ନାହିଁ ବୋଲି ଜଣାପଡିଛି।
ସୂଚନା ଯୋଗ୍ୟ, ଉକ୍ତ ମହିଳାଙ୍କୁ ଥଣ୍ଡା,ଜ୍ୱର ସହ ଦେହରେ ଯନ୍ତ୍ରଣା ପରେ ସେ ଘରୋଇ କ୍ଲିନିକ୍‍ରେ ପରୀକ୍ଷା କରାଯାଇଥିଲେ। ଏହି ସମୟରେ ମହିଳାଙ୍କ ଶରୀରରେ ଲାଲ ଦାଗ ଦେଖାଯାଇଥିଲା ,ଡାକ୍ତର ଏନେଇ ଜିଲା ପ୍ରଶାସନକୁ ସୂଚନା ଦେଇଥିଲେ। ଏହାସହ ଦେଶରେ ମୋଟ ୯ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.