ମାଙ୍କଡର ଅନ୍ତିମ ସଂସ୍କାର ପାଇଁ କୋକେଇ ବନ୍ଧା

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମରେ ମଙ୍ଗଳବାର ଦିନ ସକାଳୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଙ୍କଡର ମୃତ୍ୟୁ ଘଟିଥିଲା। ପୁରାଣରେ ବର୍ଣ୍ଣିତ ପ୍ରଥା ଅନୁଯାୟୀ ପ୍ରଭୁ ହନୁମାନଙ୍କୁ ହିନ୍ଦୁ ଧର୍ମରେ ପୂଜା ଉପାସନା କରାଯାଉଥିବା ବେଳେ ମୃତ୍ୟୁବରଣ କରିଥିବା ମାଙ୍କଡଟିକୁ ଗ୍ରାମବାସୀମାନେ ଫୁଲରେ ସଜାଇ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ । ପରେ ଅନ୍ତିମ ସତ୍କାର ପାଇଁ ଏକ କୋକେଇରେ ମାଙ୍କଡ଼ଟିକୁ ଗ୍ରାମ୍ୟ ପରିକ୍ରମା କରିବା ପରେ ପୋଖରୀ କୂଳରେ ପୋତି ଦେଇଥିଲେ ।

ସଂପୃକ୍ତ ସ୍ଥାନରେ ଏକ ବରଗଛ ଲଗାଇବା ସହ ଗ୍ରାମବାସୀମାନେ ମହାବୀର ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି କାର୍ୟ୍ୟକ୍ରମରେ ପ୍ରଧାନ ଶିକ୍ଷକ ପବିଧର ପରିଡା, ଶିକ୍ଷକ ତ୍ରିନାଥ ପରିଡାଙ୍କ ସମେତ ସ୍ଥାନୀୟ ଗ୍ରାମର ବହୁ ଜନସାଧାରଣ ସହଯୋଗ କରିଥିଲେ ।

Comments are closed.