ନନ୍ଦନକାନନରେ ନୀଳଗିରି ମାଙ୍କଡ଼ ମୃତ

ଭୁବନେଶ୍ୱର : ବାରଙ୍ଗରେ ଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶୁକ୍ରବାର ସକାଳ ସମୟରେ ଏକ ଅସୁସ୍ଥ ଥିବା ନୀଳଗିରି ମାଙ୍କଡ଼ର ମୃତ୍ୟୁ ହୋଇଛି। କିଛି ଦିନ ପୂର୍ବରୁ ଏହି ମାଙ୍କଡଟି଼ କୌଣସି କାରଣରୁ ଝାଡ଼ାବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ଥିଲା ବୋଲି ଜଣାପଡ଼ିଛି। ମୃତଦେହ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ମାଙ୍କଡ଼ଟିର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୁପକ୍ଷ କହିଥିବା ସୂଚନା ମିଳିଛି। ୨୦୧୭ରେ ଚେନ୍ନାଇର ଅରିଗନଗରର ଆନ୍ନା ଚିଡ଼ିଆଖାନାରୁ ଏହି ମାଙ୍କଡ଼ଟି ନନ୍ଦନକାନକୁ ଆସିଥିଲା।

Comments are closed.