ମାଙ୍କଡ଼ ଆକ୍ରମଣରେ ୧୫ରୁ ଅଧିକ ଆହତ

0

ବହ୍ମପୁର: ହିଂଜିଳି ଥାନା ଅନ୍ତର୍ଗତ କଂଟେଇକୋଳି ଗ୍ରାମରେ ଏକ ପାଗଳ ମାଙ୍କଡ଼ ଆତଙ୍କ ସୃଷ୍ଟି କରିଛି । ଗତ କିଛିଦିନ ମଧ୍ୟରେ ଗ୍ରାମରେ ପ୍ରାୟ ୧୫ ରୁ ଅଧିକ ପୁରୁଷ ଏବଂ ମହିଳା ଏହି ପାଗଳ ମାଙ୍କଡ଼ର ଶିକାର ହୋଇଛନ୍ତି। ସମସ୍ତ ଆହତଙ୍କୁ ହିଂଜିଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ଗ୍ରାମବାସୀ  ହିଂଜିଳିକାଟୁ ସ୍ଥିତ ବିଟହାଉସ୍ ଭାରପ୍ରାପ୍ତ ଫରେଷ୍ଟର ଏକ ଟିମକୁ ଗ୍ରାମକୁ ପଠାଇଥିବା ବେଳେ ଟିମ ମଧ୍ୟ ଉକ୍ତ ପାଗଳ ମାଙ୍କଡ଼କୁ କାବୁ କରିବାରେ ବିଫଳ ହୋଇଛି । ତେଣୁ ଏହି ପାଗଳ ମାଙ୍କଡଙ୍କୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି ।

Leave A Reply