ମନି-ପ୍ଲାଣ୍ଟର ଆବଶ୍ୟକତା

ଆଜିର ସମୟରେ ଘରର ଆଭ୍ୟନ୍ତରୀଣ ସାଜସଜ୍ଜା ପାଇଁ ଗଛକୁ ପ୍ରାଧାନ୍ୟ ଦିଆଯାଉଛି। ବିଭିନ୍ନ ଡିଜାଇନର ରଙ୍ଗବେରଙ୍ଗର ସେରାମିକ୍ କୁଣ୍ଡରେ ଫୁଲଗଛ ଲଗାଇବାକୁ ଲୋକେ ପସନ୍ଦ କରୁଛନ୍ତି। ଅନେକ ମନି ପ୍ଲାଣ୍ଟ ଗଛକୁ ମଧ୍ୟ ନିଜ ବାଲକୋନି ଓ ଛାତ ଉପର ବଗିଚାରେ ସ୍ଥାନ ଦେଇଛନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ, ଏଇ ଗଛ ଘରେ ରହିବା ଖୁବ୍ ଶୁଭଙ୍କର କିନ୍ତୁ ଏକ ନିର୍ଦିଷ୍ଟ ଦିଗରେ ରହିବା ଭଲ ଫଳ ପ୍ରଦାନ କରେ।
-ଆର୍ଥିକ ସ୍ଥିତିକୁ ଦୃଢ଼ କରିବାରେ ମନି ପ୍ଲାଣ୍ଟର ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ। ଦକ୍ଷିଣ ଦିଗରେ ଏହି ଗଛ ଲଗାଇବା ଉତ୍ତମ। ବାସ୍ତୁବିତ୍‌ଙ୍କ ମତରେ ଦକ୍ଷିଣ-ପୂର୍ବ ଦିଗରେ ମନି ପ୍ଲାଣ୍ଟ ଲଗାଇବା ଘରର ଆର୍ଥିକ ସ୍ଥିତିକୁ ଦୃଢ଼ କରେ।
– ଆପଣ ଘର ଭିତରେ ମଧ୍ୟ ମନି ପ୍ଲାଣ୍ଟ ଲଗାଇପାରନ୍ତି। ସବୁଜ ରଙ୍ଗର କାଚ ବୋତଲରେ ଗଛଟି ଲଗାଇବା ଭଲ ବୋଲି ଜଣାପଡ଼ିଛି।
-ଘରର ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ଏହି ଗଛ ଥିଲେ, ତାହା କାରଣରୁ ଅଭାବଅସୁବିଧା ଲାଗିବା ସହ ଘର ପରିବେଶ ସବୁବେଳେ ଅଶାନ୍ତିମୟ ରହିଥାଏ।
– ମନି-ପ୍ଲାଣ୍ଟର ଶୁଖିଲା ପତ୍ରକୁ ଫିଙ୍ଗିଦେବା ଉଚିତ। ନଚେତ୍ ଏହା କାରଣରୁ ମଧ୍ୟ ଆର୍ଥିକ ଅନଟନ ଅବସ୍ଥା ହେବାର ଆଶଙ୍କା ରହିଛି।
-ଗଛକୁ କୁଣ୍ଡ ପରିବର୍ତ୍ତେ ବୋତଲରେ ଲଗାଇବା ଆବଶ୍ୟକ ବୋଲି ବାସ୍ତୁବିତ୍‌ଙ୍କ ପରାମର୍ଶ।

Comments are closed.