ଏଟିଏମ ଭାଙ୍ଗି ଦୁର୍ବୃତ୍ତଙ୍କ ଟଙ୍କା ଲୁଟ

ବାଲେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଘରୁ, ଦୋକାନରୁ , ଏଟିଏମରୁ ଲୁଟ ଭଳି ଘଟଣା ବାରମ୍ବାର ଦେଖାଯାଉଛି। ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ଜାମଶୁଳି ଛକସ୍ଥିତ ଏଟିଏମରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟ କରିଥିବା ନେଇ ବୁଧବାର ଅଭିଯୋଗ ହୋଇଛି। ଜାମଶୁଳି ଛକସ୍ଥିତ ଟାଟା ଇଣ୍ଡିକ୍ୟାସ ଏଟିଏମ ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟ କରିଛନ୍ତି। କେତେ ଟଙ୍କା ଲୁଟ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।