ଜାଣନ୍ତୁ ଦିଗ ସହ ଧନର ସମ୍ବନ୍ଧ

ଜାଣନ୍ତୁ ନିଜର ଧନ ଓ ସମ୍ପତ୍ତି ଜନିତ ଦ୍ରବ୍ୟ , ସୁନା, ରୂପାକୁ କେଉଁ ସ୍ଥାନରେ ରଖିବା ଉଚିତ
ଧନ ରଖିବାର ସଠିକ ସ୍ଥାନ –
ପୂର୍ବଦିଗ – ଏହି ଦିଗରେ ଘରର ସମ୍ପତ୍ତି ଏବଂ ଆଲମୀରା ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏପରି କରିବା ଦ୍ୱାରା ଧନସମ୍ପତ୍ତିର ବୃଦ୍ଧି ହୋଇଥାଏ।
ପଶ୍ଚିମଦିଗ – ଏହି ଦିଗରେ ଧନସମ୍ପତ୍ତି ଏବଂ ଗହଣା ରଖିବା ଦ୍ୱାରା ଗୃହର ମୁଖ୍ୟସଦସ୍ୟ ଖୁବ କଷ୍ଟରେ ଧନ ରୋଜଗାର କରନ୍ତି।
ଉତ୍ତର ଦିଗ – ଘରର ଉତ୍ତର ଦିଗରେ ଥିବା କକ୍ଷରେ ଦକ୍ଷିଣ କାନ୍ଥକୁ ଲଗାଇ ଆଲମୀରା ରଖିବା ଉଚିତ। ଏପରି ରଖିବା ଦ୍ୱାରା ଆଲମୀରା ମୁଖ ଉତ୍ତର ଦିଗକୁ ଖୋଲିବ। ଏହା ଦ୍ୱାରା ସର୍ବଦା ଧନସମ୍ପତ୍ତିର ବୃଦ୍ଧି ହୋଇଥାଏ।
ଦକ୍ଷିଣ ଦିଗ – ଏହି ଦିଗରେ ଧନ, ସୁନା , ଚାନ୍ଦି ଆଦି ରଖିବା ଦ୍ୱାରା କ୍ଷତି ନ ହେଲେ ମଧ୍ୟ ସର୍ବଦା ଆଶାନୁଯାୟୀ ସଞ୍ଚୟ ହୋଇପାରି ନଥାଏ।
ଏହା ଛଡ଼ା ସିଡ଼ି ଘର ତଳେ ମଧ୍ୟ ଆଲମୀରା ରଖିବା ଅଶୁଭ ହୋଇଥାଏ।
ଗାଧୁଆ ଘର ସମ୍ମୁଖରେ ମଧ୍ୟ ଆଲମୀରା ରଖିବା ଉଚିତ ନୁହେଁ।
ଯେଉଁ ଘରେ ଆଲମୀରା ରହିଛି , ସେଠାରେ କୌଣସି ଅଦରକାରୀ ଦ୍ରବ୍ୟ କିମ୍ବା ଅପରିଷ୍କାର ରଖିବା ଉଚିତ ନୁହେଁ। ଏହା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

Comments are closed.