ଉଦ୍ଧାର ଟଙ୍କା ମାଗିବାରୁ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ

0

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ କେ.ସାମନ୍ତରାପୁରରେ ଉଦ୍ଧାର ଟଙ୍କା ମାଗିବାରୁ ଦୁଇ ଜଣଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଦୁଇ ଜଣ ଏସ.ମୟୁର ରେଡି (୪୮) ଓ ତାଙ୍କ ସ୍ତ୍ରୀ ଏସ.ସେବତୀ ରେଡି (୪୫)। ସେହି ଗ୍ରାମର କେ.ଦିବନ ରେଡି ଧାରୁଆ ଅସ୍ତ୍ର ଓ ଠେଙ୍ଗା ରେ ଆକ୍ରମଣ କରିବା ଯୋଗୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।  ଦିଗପହଣ୍ଡି ପୁଲିସ ପହଞ୍ଚି ଦିବାନ ରେଡି ନାକକ ଜଣେ ବ୍ୟକ୍ତିକୁ ଆଣି  ଥାନାରେ ଅଟକ ରଖିଛି। ପୂର୍ବରୁ ଦିବାନ ନାମରେ ଏକାଥିକ ଥାନାରେ ମାମଲା ଥିବା ପୁଲିସ କହିଛି।

Leave A Reply