ସୋମବାର ରାଶିଫଳ (୨୭। ୭। ୨୦୨୦)

ମେଷ: ଯାତ୍ରା ପଥ କୁସୁମିତ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁସ୍ବାଦୁ ଭୋଜନ ପାଇ ଆନନ୍ଦ ଉପଭୋଗ କରିବେ।

ବୃଷ: ଆଘାତ ପ୍ରାପ୍ତ ହୋଇ ମଧ୍ୟ ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଶୁଭଖବର ପାଇ ପ୍ରଫୁଲ୍ଲିତ ହେବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣପରିଶୋଧ କରି ଆଶ୍ବସ୍ତ ହେବେ।

ମିଥୁନ: ଅଧ୍ୟାପନା ପାଇଁ ପ୍ରସ୍ତୁତି ଚଳାଇ ପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନ-ସନ୍ତତି ଲାଭର ସୂଚନା ମିଳୁଛି। ରାଜତୁଲ୍ୟ ହେବା ଆଶା କରାଯାଏ।

କର୍କଟ: ଉଚ୍ଚ ସମ୍ମାନ ଲାଭ କରିବେ। କୃଷିକାର୍ଯ୍ୟ ପାଇଁ କ୍ରିୟାଶୀଳ ହେବେ। ଯାନବାହନ ସୁଖ ମିଳିବ। ବ୍ୟବସାୟ ଭଲରେ ଚାଲିବ; ମାତ୍ର କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ।

ସିଂହ: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ଆଗୁଆ ହେବେ। ଶ୍ରମ ସାର୍ଥକ ହେବ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦିଅଁ ଦର୍ଶନ ଲାଭ କରି ସନ୍ତୁଷ୍ଟ ହେବେ। ସରକାରୀ ସ୍ତରରୁ ଲାଭ ମିଳିବ।

କନ୍ୟା: ଗତିଶୀଳ ହେବେ। ଆଶାବାଦୀ ହୋଇପାରନ୍ତି। ଯେକୌଣସି ସ୍ତରରୁ ଧନାଗମ ହେବ। ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ସୁଖୀ ରହିବେ।

ତୁଳା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଭଲ ଆୟ ହେବ। ସରକାରୀ ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

ବିଛା: ପଥରୋଧକୁ ଏଡାଇ ଆଗକୁ ବଢ଼ିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ, ନିଜ ସମ୍ମାନକୁ ଜଗି ଚୁପ୍‌ ରହିବେ। କର୍ମଚଞ୍ଚଳ ରହିବେ। ଭବିଷ୍ୟତ କର୍ମପନ୍ଥା ପାଇଁ ଅଧିକ ଅର୍ଥ ବ୍ୟୟ କରିପାରନ୍ତି। ପରକୁ ଆପଣାର କରିବେ।

ଧନୁ: କାର୍ଯ୍ୟରେ ସଫଳତା ଲାଭ କରିବେ। ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଶୁଭଖବର ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ।

ମକର: ସେବା-ପୂଜାରେ ନିୟୋଜିତ ହୋଇପାରନ୍ତି। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ବିବାଦରେ ବିଜୟୀ ହେବେ।

କୁମ୍ଭ: କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ବିରୋଧୀଙ୍କୁ ସ୍ତବ୍ଧ କରିଦେବେ। ଧନାଗମର ସୂଚନା ମିଳୁଛି।

ମୀନ: ମାଙ୍ଗଳିକ କାର୍ଯ୍ୟରେ ସଫଳ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବାକୁ ପଡ଼ିବ। ଅର୍ଥ ସଙ୍କଟ ଦୂର ହେବ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ।

Comments are closed.