ସୋମବାର ରାଶିଫଳ – ୮ ମାର୍ଚ୍ଚ ୨୦୨୧

ମେଷ: ସେବା ମନୋଭାବର ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତିଗାଥା ପ୍ରବଚନ ଶୁଣିବାକୁ ଆଗ୍ରହୀ ହେବେ।
ବୃଷ: ସାମାନ୍ୟ କଥାରେ ଉତ୍ତେଜିତ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବା ଆଶାକରାଯାଏ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଶୁଭକାର୍ଯ୍ୟରୁ ବିରତ ହେବା ଭଲ। ଯାନବାହନ ଚଳାଚଳରେ ସତର୍କ ରହିବେ। ନିଧି ବିଧାନ ମାନି ଚଳିବାକୁ ପଡ଼ିବ।
ମିଥୁନ: ସୁଖ ସମ୍ଭୋଗ କରିପାରନ୍ତି। ଅନେକ ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଖାଦ୍ୟପେୟ ସନ୍ତୋଷଜନକ ହେବ। ଆନନ୍ଦ ଉପଭୋଗ କରିପାରନ୍ତି।
କର୍କଟ: ବିଭିନ୍ନ ସ୍ତରରୁ ସାହାଯ୍ୟ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ଋଣ ପରିଶୋଧ କରିପାରନ୍ତି।
ସିଂହ: ବିଦ୍ୟା ଅର୍ଜନ ପାଇଁ ଚଞ୍ଚଳ ଚେଷ୍ଟିତ ହେବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ପାଇ ହୃଦୟ ପରିବର୍ତ୍ତନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ।
କନ୍ୟା: କଠିନ ପରିଶ୍ରମର ସମ୍ମୁଖୀନ ହୋଇପାରନ୍ତି; ମାତ୍ର ତା’ର ମୂଲ୍ୟ ମିଳିବାର ସୂଚନା ମିଳୁଛି। ସ୍ୱାଭିମାନୀ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ଶତ୍ରୁ ନାଶ କରି ଆଶ୍ୱସ୍ତ ହେବେ। ସୁସ୍ଥ ରହିବେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ସୁଖୀ ହେବେ।
ତୁଳା: ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଭଗବତ ପ୍ରେମୀ ହେବେ। ଦେବ ପୂଜାର ସମୟ ଅନୁକୂଳ ରହିଛି। ସରକାରୀ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି।
ବିଛା: ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ନୀତିନିଷ୍ଠ ହେବେ। ଦାନ ଧର୍ମରେ ଦୀକ୍ଷିତ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। କୀର୍ତ୍ତିମାନ୍‍ ହେବେ। ସ୍ୱତ୍ୱାଧିକାରୀ ହୋଇପାରନ୍ତି। ବିବାହରେ ବିଜୟୀ ହେବେ।
ଧନୁ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟି ପାରନ୍ତି।
ମକର: କର୍ମଚଞ୍ଚଳ ରହିବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହି ପାରନ୍ତି। ଅତ୍ୟଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ପୀଡ଼ା ଉପୁଜିପାରେ। ଛଳନା ପୂର୍ଣ୍ଣ କଥା କହି ପରକୁ ନିଜର କରିପାରନ୍ତି।
କୁମ୍ଭ: ଶୁଭଖବର ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଯାନବାହନ ସୁଖ ମିଳିବ। କାର୍ଯ୍ୟରେ ସଫଳତା ମିଳିବ।
ମୀନ: କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ଶୁଭଖବର ପାଇ ଉତ୍‍ଫୁଲ୍ଲିତ ହେବେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭାକର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।

Comments are closed.