ସୋମବାର ରାଶିଫଳ ( ୨୦। ୭। ୨୦୨୦ )

ମେଷ: ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ। ମାନ୍ୟତା ପ୍ରାପ୍ତ ହେବେ। ପାରିବାରିକ ସୁଖ ମିଳିବ। ପରଧନ ପ୍ରାପ୍ତ ହୋଇପାରେ। ବିବାଦରେ ବିଜୟୀ ହେବେ। କୃତ୍ତିକା ନକ୍ଷତ୍ରର ସାମାନ୍ୟ ଶୁଭଫଳ।

ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ପରିଶ୍ରମର ମୂଲ୍ୟ ମିିଳିବ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। କର୍ମଚଞ୍ଚଳ ରହିବେ। ପ୍ରିୟଭାଷୀ ହେବେ। କୃତ୍ତିକା ଓ ମୃଗଶିରା ନକ୍ଷତ୍ରର ସାମାନ୍ୟ ଶୁଭଫଳ।

ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତିଙ୍କର ବ୍ୟବସାୟ ଲାଭଜନକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବନ୍ଧୁ ମିଳନ ଘଟିବ। ବିିଭିନ୍ନ ସ୍ତରରୁ ସହଯୋଗ ମିଳିବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭଫଳ।

କର୍କଟ: ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତି ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ସର୍ବାଙ୍ଗୀଣ ଉନ୍ନତି ହେବ। ନୃତ୍ୟ-ସଙ୍ଗୀତ ପ୍ରିୟ ହେବେ। ସତ୍‌କର୍ମରେ ନିୟୋଜିତ ହେବେ। ଧର୍ମ ମାର୍ଗରେ ମନୋନିବେଶ କରିବେ। ପୁନର୍ବସୁ ନକ୍ଷତ୍ର ଜାତବ୍ୟକ୍ତିଙ୍କର ସାମାନ୍ୟ ଫଳ।

ସିଂହ: ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ଉପକାରୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ମନୋଜ୍ଞ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ସୁଖସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପତ୍ୟ ସୁଖ ମିଳିବ। ସରକାରୀ ଅର୍ଥ ମିଳିବ। ମଘା ଓ ଉତ୍ତରା ଫାଲ୍‌ଗୁନିର ସାମାନ୍ୟ ଫଳ।

କନ୍ୟା: ହସ୍ତା ନକ୍ଷତ୍ର ଜାତବ୍ୟକ୍ତିଙ୍କର ଆୟ ଆଶାନୁରୂପ ହେବ। ସରକାରଙ୍କର କୃପାପାତ୍ର ହେବେ। କାର୍ଯ୍ୟରେ ସଫଳତା ମିଳିବ। ଉଚ୍ଚଆଶା ଫଳବତୀ ହେବ। ଶ୍ରମ ସାର୍ଥକ ହୋଇପାରେ। ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି ସତର୍କରେ ଚଳିବେ।

ତୁଳା: ସ୍ବାତୀ ନକ୍ଷତ୍ର ଜାତବ୍ୟକ୍ତି କର୍ମଚଞ୍ଚଳ ରହିବେ। ଶତ୍ରୁତାର ଅବସାନ ଘଟିବ। ସତ୍‌କର୍ମରେ ଉତ୍ସାହିତ ହୋଇ ଅର୍ଥ ବ୍ୟୟ କରିବେ। ଜିତେନ୍ଦ୍ରିୟ ହେବେ। ଧର୍ମରତ ହୋଇପାରନ୍ତି। ସରକାରଙ୍କ କୃପାପାତ୍ର ହେବେ। ଚିତ୍ରା ଓ ବିଶାଖାର ସାମାନ୍ୟ ଶୁଭ।

ବିଛା: ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ଜ୍ଞାନ-ଗରିମାଯୁକ୍ତ ହେବେ। ଯାନବାହନ ଓ ଧନଯୁକ୍ତ ହୋଇପାରନ୍ତି। ଶ୍ରେଷ୍ଠମାନ୍ୟତା ମିଳିବ। ପରୋପକାରୀ ହେବେ। ସୁଖୀ ହେବେ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ଅସୁସ୍ଥତା ଯୋଗୁଁ ଖର୍ଚ୍ଚାନ୍ତ ହୋଇପାରନ୍ତି।

ଧନୁ: ମୂଳ ଓ ପୂର୍ବାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି କାର୍ଯ୍ୟ ଶୃଙ୍ଖଳିତ ହେଉଥିବାରୁ ଆଶ୍ବସ୍ତ ହେବେ। ବନ୍ଧୁ ବର୍ଗରେ ପ୍ରିୟତା ବୃଦ୍ଧି ହେବ। ପତ୍ନୀଙ୍କ ସହଯୋଗ ମିଳିବ। ସନ୍‌ମାର୍ଗୀ ହେବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ଉତ୍ତରାଷାଢ଼ାର ସାମାନ୍ୟ ଫଳ।

ମକର: ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତି କାର୍ଯ୍ୟ ନିର୍ବାହୀ ହୋଇପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ହାତ ଦେବେ ଓ ସଫଳ ହେବେ। ସ୍ବାସ୍ଥ୍ୟ ଭଲ ରହିବ। ଚିତ୍ତ ପ୍ରସନ୍ନ ରହିବ। ତେଜ ବୃଦ୍ଧି ହେବ। ଉତ୍ତରାଷାଢ଼ା, ଧନିଷ୍ଠାର ସାମାନ୍ୟ ଫଳ।

କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଯାତ୍ରା ଶୁଭଦାୟକ ହେବ। ବହୁମିତ୍ରଙ୍କ ସହଯୋଗ ମିଳିବ। ଜ୍ଞାନ-ଗରିମାମୟ ହେବେ। ଦେବ-ଗୁରୁଙ୍କ ପ୍ରତି ଭକ୍ତିଭାବ ରହିବ। ନାନା ସୁଖ ଭୋଗ କରିପାରନ୍ତି। ଧନିଷ୍ଠା ଓ ପୂର୍ବଭାଦ୍ରପଦ ନକ୍ଷତ୍ରର ସାମାନ୍ୟ ଶୁଭଫଳ।

ମୀନ: ଉତ୍ତରଭାଦ୍ର ପଦ ନକ୍ଷତ୍ର ଜାତବ୍ୟକ୍ତି ପଦ-ପଦବୀରେ ମଣ୍ଡିତ ହୋଇପାରନ୍ତି। ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବେ। ଗୁରୁକୃପା ଲାଭ କରିବେ। କର୍ମୋନ୍ନତି ଘଟିବ। ବିବେକୀ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ଜନପ୍ରିୟ ହେବେ। ପୂର୍ବଭାଦ୍ରପଦ ଓ ରେବତୀର ସାମାନ୍ୟ ଶୁଭଫଳ।

Comments are closed.