ସୋମବାର ରାଶିଫଳ(୧୦/୦୮/୨୦୨୦)

ମେଷ: ନିର୍ଭରଶୀଳ ନ ହୋଇ ନିଜ ଚିନ୍ତାଧାରାରେ କାର୍ଯ୍ୟ କରିବେ। ଆୟ ଉତ୍ତମ ଧରଣର ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ରୁଚିକର ଭୋଜନ ମିଳିବ। ସ୍ବାସ୍ଥ୍ୟ ଅତୁଟ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ସ୍ଥିର ଚିତ୍ତରେ କାର୍ଯ୍ୟ କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କର୍ମଚଞ୍ଚଳ ରହିବେ। ମଧୁର ସମ୍ଭାଷଣରେ ପରକୁ ଆପଣାର କରିପାରନ୍ତି। ଖର୍ଚ୍ଚାନ୍ତ ହେବେ। ଚକ୍ଷୁପୀଡ଼ା ଉପୁଜି ପାରେ।
ମିଥୁନ: ଯାହା କରିବେ, ତୁରନ୍ତ କଲେ ସଫଳ ହେବେ। ଶୁଭ ସମାଚାର ଆପଣଙ୍କୁ ଖୁସି କରିପାରେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କର୍କଟ: ଯୋଗାଯୋଗ ଫଳଦାୟକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ମିଳିଥିବା ଖବରଟି ଆନନ୍ଦଦାୟକ ହେବ। କର୍ମକ୍ଷେତ୍ର ଉଳମୟ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟରେ ମନ ଦେବେ। ବିବାଦରେ ବିଜୟୀ ହେବେ।
ସିଂହ: ଭଲ-ମନ୍ଦ ମିଶ୍ରିତ ଫଳ ମିଳିପାରେ। ପରର ଉପକାର ସୁଝିବାକୁ ଚେଷ୍ଟା କରିବେ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବିନିଯୋଗ କରିପାରନ୍ତି। କୃତୀ ପ୍ରତିଯୋଗୀ ହେବେ।
କନ୍ୟା: କାହାରି ପ୍ରତିରୋଧକୁ ଭ୍ରୂକ୍ଷେପ ନ କରି ଆଗକୁ ମାଡ଼ି ଚାଲିବାକୁ ହେବ। ସ୍ବାଭିମାନୀ ହେବେ। ଯଶସ୍ବୀ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।
ତୁଳା: ଯାତ୍ରାର ମାର୍ଗ ସୁଗମ ଅଛି। ସୁଖ-ସନ୍ତୋଷ ଲାଭ କରିବେ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ର ସୁଫଳଦାୟକ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ।
ବିଛା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶତ୍ରୁକୁ ପରାଜିତ କରିବାରେ କର୍ମକ୍ଷମ ହେବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଋଣ ପରିଶୋଧ କରିବେ।
ଧନୁ: ପଠନ-ଲିଖନ ଉପରେ ଧ୍ୟାନ ଦେଇପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁସମ୍ବାଦ ଆପଣଙ୍କ ପାଇଁ ଲାଭଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜନହିତକର କାର୍ଯ୍ୟ କରି ସମ୍ମାନିତ ହେବେ।
ମକର: ଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। ଜନ-ସମର୍ଥନ ପ୍ରବଳ ମାତ୍ରାରେ ମିଳିବ। କୃଷିକର୍ମରେ ତତ୍ପରତା ପ୍ରକାଶ ପାଇବ।
କୁମ୍ଭ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଠାକୁରଙ୍କ ଦର୍ଶନ ଲାଭ କରି ଆତ୍ମ ତୃପ୍ତି ମିଳିବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ। ବିନୟୀ ହେବେ।
ମୀନ: ଦେବ-ଦେବ ମହାହେବଙ୍କ ଆଶୀର୍ବାଦ ପ୍ରାପ୍ତିର ସୌଭାଗ୍ୟ ଅଛି। ଯାନବାହନ ସୁଖ ମିଳିବ। ନାନା ସୁନ୍ଦର ମୂଲ୍ୟବାନ୍‌ ବସ୍ତୁ ଲାଭ ହୋଇପାରେ। ତ୍ୟାଗଶୀଳ ଓ ନୀତିନିଷ୍ଠ ହେବେ। କର୍ମ ଚଞ୍ଚଳ ରହିବେ। ଅତିସୁଖୀ ହୋଇପାରନ୍ତି।

Comments are closed.