ସୋମବାର ରାଶିଫଳ (୦୩.୦୮.୨୦୨୦)

ମେଷ: ଯାତ୍ରା ଶୁଭଦାୟକ ହେବ। ସରକାରୀ ସ୍ତରରେ ସମ୍ମାନିତ ହୋଇ ପାରନ୍ତି। ନିଜ ବଂଶର ପଦ-ମର୍ଯ୍ୟାଦା ରକ୍ଷା କରିବାରେ ଚେଷ୍ଟିତ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ର ଚିତ୍ତ ହେବେ। ଯଶସ୍ବୀ ହୋଇ ପାରନ୍ତି।
ବୃଷ: ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ସମୟ ଅତିବାହିତ କରିବେ। ସମୃଦ୍ଧିର ମୂଳଦୁଆ ପଡ଼ିବ। ସୁଖୀ ହେବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ଯାତ୍ରା ପାଇଁ ମାର୍ଗ ସୁଗମ ରହିଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
କର୍କଟ: କାର୍ଯ୍ୟରେ ପଶ୍ଚାତ୍‌ପଦ ହେବାର ପ୍ରଶ୍ନ ଉଠୁ ନାହିଁ। ସୁଖୀ ହେବେ। ଯାହା ପାଇବେ ସେଥିରେ ସନ୍ତୁଷ୍ଟ ହେବେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ଇଚ୍ଛାରେ ଚଳିବେ।
ସିଂହ: ଯାତ୍ରା ଶୁଭଦାୟକ ହେବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ସୁନାମଧନ୍ୟ ହୋଇପାରନ୍ତି।
କନ୍ୟା: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହୋଇପାରେ। ବ୍ୟବସାୟରୁ ଲାଭ ମିଳିବ।
ତୁଳା: ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ, ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ବିଛା: ଯାତ୍ରାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଯଶ ଅର୍ଜନ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ବିବାଦରେ ବିଜୟୀ ହେବେ।
ଧନୁ: ଲକ୍ଷ୍ୟସ୍ଥଳରେ ପହଞ୍ଚିପାରନ୍ତି। ଭାଗ୍ୟଶାଳୀ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। କଷ୍ଟ ସହି କାର୍ଯ୍ୟରେ ଆଗୁସାର ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି।
ମକର: ସୁଖ-ସମ୍ମାନ ଲାଭ କରିବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭର ସୂଚନା ମିଳୁଛି। ଧନ-ସମ୍ପତ୍ତି ଭରପୂର ରହିବ। ଅନ୍ୟର ସମ୍ପତ୍ତି ଉପରେ ଲୋଭଦୃଷ୍ଟି ପକାଇ ପାରନ୍ତି।
କୁମ୍ଭ: ଧନୀ, ମାନୀ ଓ ଗୁଣବାନ ହୋଇପାରନ୍ତି। ବିଶେଷ ବିଦ୍ୟାର ଅଧିକାରୀ ହେବେ। ଯଶସ୍ବୀ ହେବା ସହିତ ବିଳାସୀ ହୋଇପାରନ୍ତି। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ମାନବବାଦର ଆଦର୍ଶ ହେବେ।
ମୀନ: ଯୋଗାଯୋଗ​ରେ ସଫଳତା ମିଳିବ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ ଓ ଅର୍ଥ ପାଇବେ।

Comments are closed.