ସୋମବାର ରାଶିଫଳ ୨୫। ୫।୨୦୨୦

ମେଷ: ଯାତ୍ରା ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଦେବ ଦର୍ଶନର ସୁଯୋଗ ଅଛି। ସରକାରୀ ସ୍ତରରୁ ଲାଭ ମିଳିବ।
ବୃଷ: ଯାତ୍ରା ଶୁଭଦାୟକ ହେବ। ଭ୍ରମଣ ସୁଖ ମିଳିବ। ଆକସ୍ମିକ ସମସ୍ୟାରୁ ମୁକ୍ତ ହେବେ। ଧର୍ମପ୍ରିୟ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି। ମନ ଚଳ-ଚଞ୍ଚଳ ରହିବ। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ଶିଳ୍ପ ପାଇଁ ଉଦ୍ୟମ କରିବେ।
ମିଥୁନ: ଭଲ ରୋଜଗାର ହେବ। ବନ୍ଧୁ ଅଥବା ସରକାରୀ ସୂତ୍ରରୁ ଲାଭବାନ୍‍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ମାର୍ଜିତ ହେବ।
କର୍କଟ: ଯୋଗାଯୋଗ ମୂଲ୍ୟହୀନ ହୋଇପାରେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ପଦ-ପଦବୀ ମିଳିପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ସନମାର୍ଗୀ ହେବେ।
ସିଂହ: ନିଯୁକ୍ତି ସୁଯୋଗ ଅଛି। ଆୟ ପରିମାଣ ବୃଦ୍ଧି ପାଇପାରେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ କୃପାରୁ ଅର୍ଥ ମିଳିପାରେ।
କନ୍ୟା: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିବାକୁ ସକ୍ଷମ ହେବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୁଳ ରହିଛି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।
ତୁଳା: ଧୀରେ ସୁସ୍ଥେ କାର୍ଯ୍ୟରେ ଆଗେଇବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। କ୍ଷମତାର ସଦ୍‍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କୃତ ହୋଇପାରନ୍ତି। ପ୍ରବଚନ ଶୁଣିବାରେ ଆଗ୍ରହୀ ହେବେ।
ବିଛା: ଧର୍ମକୁ ସାଖି ରଖି କାର୍ଯ୍ୟ କରି ଚାଲିବେ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଭୋଗ-ବିଳାସ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଲୋଭ ବା କାମନା ନ ରଖି ସେବା କାର୍ଯ୍ୟରେ ନିୟୋଜିତ ହେବେ।
ଧନୁ: ବନ୍ଧୁ ସୁଖ ମିଳିପାରେ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳ ହେବେ। ଶୁଭ ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ କରିବା ପାଇଁ ବାତାବରଣ ଅନୁକୁଳ ରହିଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।
ମକର: ମନୋବଳ ଦୃଢ଼ ରହିବ। ବ୍ୟକ୍ତ କରିଥିବା ମତାମତରୁ ଓହରିବେ ନାହିଁ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ କରଣୀୟ। ଋଣପରିଶୋଧ କରି ଆଶ୍ୱସ୍ତ ହେବେ।
କୁମ୍ଭ: ନାନା ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। କୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିବେ।
ମୀନ: ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟିତ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମଳିବ। ଉପୁଜି ଥିବା ସମସ୍ୟାର ସୁସମାଧାନ ହୋଇପାରେ।

Comments are closed.