ସୋମବାର ରାଶିଫଳ ୨୦.୦୪.୨୦୨୦

ମେଷ: ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ସାମୟିକ ଭାବେ ଅନଟନର ଶିକାର ହୋଇପାରନ୍ତି। ଅନ୍ୟଠାରୁ ଧନ ପାଇଁ ପାରନ୍ତି। ରସକତାରୁ, ବାଚାଳତା ଦେଖା ଦେଇପାରେ।
ବୃଷ: ଆୟ ଆଶାନୁରୂପ ହେବ। ଶୁଭଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରଙ୍କ କୃପାପାତ୍ର ହେବେ। ସମ୍ମାନିତ ହେବେ।
ମିଥୁନ: ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। କର୍ମ ଚଞ୍ଚଳ ରହିବେ। ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ କରଣୀୟ। ବିବାଦୀୟ ଘଟଣାରେ ବିଜୟୀ ହେବେ।
କର୍କଟ: ସେବା ମନୋଭାବାପନ୍ନ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଧାର୍ମିକ ମନୋବୃତ୍ତିର ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ସିଂହ: ଅର୍ଥ ଟାଣୁଟୁଣ୍‍ ରହିପାରେ। ପାରିବାରିକ ଅଶାନ୍ତି ଦେଖା ଦେଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତର୍କତାର ସହ ଯାନବାହନ ଚଳାଚଳ କରିବାକୁ ପଡ଼ିବ। ଯୁଗ୍ମ-ବ୍ୟବସାୟରୁ ଅଳ୍ପ କିଛି ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କନ୍ୟା: ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ କାର୍ଯ୍ୟ କଲେ ସିଦ୍ଧିପ୍ରାପ୍ତ ହେବେ। ସୁଖକର ଘଟଣା ମାନ ଘଟିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ଅନୁକୂଳ ରହିଛି। ସୁଖାଦ୍ୟ ମିଳିବ। ଆନନ୍ଦ ଉପଭୋଗ କରିବେ।
ତୁଳା: କାର୍ଯ୍ୟ କ୍ଷେତ୍ରରେ ଉତ୍ସାହଜନକ ହେବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ମନରେ ଗର୍ବଭାବ ଉଦ୍ରେକ ହୋଇପାରେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଋଣ ପରିଶୋଧ କରିବେ।
ବିଛା: ପଛଘୁଞ୍ଚା ନ ଦେଇ କାର୍ଯ୍ୟ କରିବାରେ ଅଗ୍ରଗାମୀ ହେବେ। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ଅଧ୍ୟୟନରତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ।
ଧନୁ: କାର୍ଯ୍ୟରେ ବିଘ୍ନ ଉପୁଯାଉଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିିଳିିବ। କୃଷି ଉପରେ ଧ୍ୟାନ ଦେବେ।
ମକର: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୁଯୋଗ ପାଇପାରନ୍ତି। ଅଶାନ୍ତି ହ୍ରାସ ହେବ। ସରକାରୀ ଲାଭ ମିଳିବ।
କୁମ୍ଭ: ଆଶାବାଦୀ ହୋଇପାରନ୍ତି। ଯେକୌଣସି ସୂତ୍ରରୁ ଧନାଗମ ହେବ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ଦେବ ପୂଜାରେ ନିରତ ହେବେ। ନିତ୍ୟାନନ୍ଦ ଭୋଗ କରିପାରନ୍ତି। ନାନା ସୁଖର ଅଧିକାରୀ ହେବେ।
ମୀନ: ପରିବାରର କଲ୍ୟାଣଭାଜନ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ। ଭଲ ରୋଜଗାର ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ।

Comments are closed.