ସୋମବାର ରାଶିଫଳ

ମେଷ: ନିଜ ଇଚ୍ଛା ଅନୁସାରେ ଫଳପ୍ରାପ୍ତ ହେବେ। ଆଶ୍ବସ୍ତି ମିଳିବ। ସୁଖ, ଧନ, ପୁତ୍ର, କଳତ୍ର ଓ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ମାନସିକ ଓ ଶାରୀରିକ ସ୍ତରରେ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହେବେ। ସୁଖ ମିଳିବା କଷ୍ଟକର।
ବୃଷ: ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ହାତ ଦେବେ ଓ ସଫଳତା ପାଇବେ। ପରିବାର ପ୍ରତି ସ୍ନେହ, ଶ୍ରଦ୍ଧା ବୃଦ୍ଧି ହୋଇପାରେ। କଳ୍ପନା ବିଳାସୀ ହୋଇପାରନ୍ତି। ଶାସ୍ତ୍ରାଭାସୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି।
ମିଥୁନ: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ନିରବ ଦ୍ରଷ୍ଟା ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଦେବ, ଦ୍ବିଜମାନଙ୍କର ଆଶୀର୍ବାଦ ମିଳିବ। ବହୁ ସୁଖର ଅଧିକାରୀ ହୋଇପାରନ୍ତି।
କର୍କଟ: ଉପୁଜିଥିବା ବିବାଦର ନିର୍ବିଘ୍ନରେ ଆଶୁ ସମାଧାନ ହେବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ବହୁଧନ, ପୁତ୍ର ଓ ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି। ରୂପବନ୍ତ ଓ ସୁଖୀ ହେବେ। ସତ୍‌ପୁତ୍ର ଲାଭର ସୂଚନା ମିଳୁଛି। ଶତ୍ରୁନାଶ କରି ଆଶ୍ବସ୍ତ ହେବେ। ଦିନଟି ମଧ୍ୟମ ଧରଣର।
ସିଂହ: ଭାବି-ଚିନ୍ତି କାର୍ଯ୍ୟ କଲେ ସଫଳତାରେ ଉପନୀତ ହୋଇପାରନ୍ତି। ମନୋବଳ ଦୃଢ଼ ରହିବ। ଯାତ୍ରା ଶୁଭଦାୟକ ହେବ। ବ୍ୟବସାୟରେ ଲାଭବାନ୍‌ ହେବେ। ସମ୍ମାନିତ ହେବେ। କୃଷିକାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ପତ୍ନୀଙ୍କ କଥାରେ ଚଳିବେ।
କନ୍ୟା: ଦାୟିତ୍ବରେ ପରିବର୍ତ୍ତନ ଘଟିପାରେ। ଲୋଭଗ୍ରସ୍ତ ହୋଇପାରନ୍ତି। ନିଜେ କଷ୍ଟ ସ୍ବୀକାର କରି ଶତ୍ରୁନାଶ କରିବେ। ଗୋଷ୍ଠୀ, ନଗର, ଗ୍ରାମର ଅଧିପତି ହୋଇପାରନ୍ତି। ମନ୍ତ୍ରଣାଦାତା ହେବେ। ଶୁଭଚିନ୍ତକ ହେବାର ସୂଚନା ମିଳୁଛି। କୀର୍ତ୍ତିମାନ୍‌ ହେବେ।
ତୁଳା: ଋଣମୁକ୍ତ ହେବା ପାଇଁ ପ୍ରୟାସ ଜାରି ରଖିବେ। ଆଶାବାଦୀ ହୋଇପାରନ୍ତି। ସଂଘର୍ଷର ସମ୍ମୁଖୀନ ହେବେ। ଅର୍ଥାଭାବ ଦେଖାଦେଇ ପାରେ। ସତ୍ୟବାଦୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ପ୍ରବାସୀ ଓ ପିତୃଭକ୍ତିଯୁକ୍ତ ହେବେ। ଭାଗ୍ୟବାନ୍‌ ହେବେ।
ବିଛା: ପରିବେଶ ଆପଣଙ୍କୁ ସୁହାଇ ନ ପାରେ। ପ୍ରତାରିତ ହୋଇପାରନ୍ତି। ଉପୁଜିଥିବା ସମସ୍ୟାର ସୁସମାଧାନ ହେବ। ଚିନ୍ତାଧାରା ଉନ୍ନତମାନର ହୋଇପାରେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି। ସୁଖଭୋଗର ସୂଚନା ମିଳୁଛି।
ଧନୁ: ସରକାରୀ ସହାୟତା ମିଳିପାରେ। ମୂଲ୍ୟବାନ୍‌ ଦ୍ରବ୍ୟ କିଣିପାରନ୍ତି। କର୍ମ ତତ୍ପରତା ପ୍ରକାଶ ପାଇବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦୀର୍ଘ ଦିନର ଆଶାପୂରଣ ହୋଇପାରେ। ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ମିଳିବ। ବାକ୍‌ ପଟୁତା ବୃଦ୍ଧି ପାଇବ।
ମକର: ବନ୍ଧୁଙ୍କ ସହ ମତ-ଭେଦ ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ଭୋଜନରେ ଆପ୍ୟାୟିତ ହେବେ। ଚେଷ୍ଟାରେ ସଫଳତା ଲାଭ କରିବେ। କର୍ତ୍ତବ୍ୟନିଷ୍ଠ ହେବେ। ସର୍ବ ସୁଖ ମିଳିପାରେ। ଭୋଗ-ବିଳାସ କରିପାରନ୍ତି। ବିନୀତ ସ୍ବଭାବର ହେବେ।
କୁମ୍ଭ: ଶ୍ରମ ସାର୍ଥକ ହେବ। କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବରେ। ସୁତୀର୍ଥ ଲାଭ ଯୋଗ ଅଛି। ବିଦ୍ୟା ରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଅର୍ଥ ପ୍ରାପ୍ତିରେ ଭଣ୍ଡାର ପରିପୂର୍ଣ୍ଣ ହେବ।
ମୀନ: ପରୋପକାରୀ ହେବେ। ବିଦ୍ବାନ୍‌ ହୋଇପାରନ୍ତି। ଆଦରଣୀୟ ହେବେ। ଧନ ଓ ପୁତ୍ରାଦିଯୁକ୍ତ ହୋଇପାରନ୍ତି। ହର୍ଷଯୁକ୍ତ ଓ ଦାନୀ ହୋଇପାରନ୍ତି। ରୀତି, ନୀତି ପାଳନରେ ଦକ୍ଷ ହୋଇପାରନ୍ତି। ବହୁ ପ୍ରତାପୀ ହୋଇପାରନ୍ତି। ଜନବଲ୍ଲଭ ହେବେ।

Comments are closed.