ସୋମବାର ରାଶିଫଳ (୭। ୯। ୨୦୨୦)

ମେଷ: ଯାତ୍ରା ଶୁଭଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ। ଘାତଚନ୍ଦ୍ର ଯୋଗୁଁ ସତର୍କ ହେବେ।

ବୃଷ: ଯାତ୍ରା ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ ହେବ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ପର ଧନରେ ଧନୀ ହୋଇପାରନ୍ତି। ସଙ୍ଗଠନ ଦୃଢ଼ କରିବା ପାଇଁ ଖର୍ଚ୍ଚାନ୍ତ ହେବେ। କର୍ମଚଞ୍ଚଳ ରହିବେ।

ମିଥୁନ: ଆୟ ବୃଦ୍ଧିର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରିୟ ଭାଷୀ ହେବେ।

କର୍କଟ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁ ସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।

ସିଂହ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାତକୁ ଆସିବ, ତା’ର ସଦ୍‌ବ୍ୟବହାର କରି ସୁନାମ ଅର୍ଜନ କରିପାରନ୍ତି। କୃତୀ ପ୍ରତିଯୋଗୀ ଭାବେ ସମ୍ମାନିତ ହେବେ। ପୁତ୍ର ସୁଖ ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।

କନ୍ୟା: କାର୍ଯ୍ୟ ଉତ୍ସାହପ୍ରଦ ହେବ। ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟରୁ ସ୍ବଳ୍ପ ଆୟର ସୂଚନା ମିଳୁଛି। ନୃତ୍ୟ-ସଙ୍ଗୀତପ୍ରିୟ ହେବେ। ଅଷ୍ଟମଚନ୍ଦ୍ର ଯୋଗୁଁ ଜଳଯାତ୍ରା ନିଷେଧ।

ତୁଳା: ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ର ଉଳମୟ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଖାଦ୍ୟରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।

ବିଛା: ଆଘାତପ୍ରାପ୍ତ ହେଲେ ବି; ରଣାଙ୍ଗନରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଅଭିଷେକ ଆଦି ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।

ଧନୁ: କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଅଧ୍ୟୟନରତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୁଭଖବର ମିଳିବାରୁ ମନ ପ୍ରଫୁଲ୍ଲ ରହିବ। ରାଜପୂଜା ମିଳିବ। ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁ ସୁଖଭୋଗୀ ହେବେ।

ମକର: କାର୍ଯ୍ୟ ମଙ୍ଗଳ କାରକ ହେବ। ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ବହୁଧନର ଅଧିକାରୀ ହୋଇପାରନ୍ତି। କେତେକ କ୍ଷେତ୍ରରେ ଚେଷ୍ଟା ଫଳପ୍ରସୂ ନ ହୋଇ ପାରେ। ଉତ୍ତମ ବଂଶରୁ କନ୍ୟା ଆଣିବେ।

କୁମ୍ଭ: ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ଭଗବତ୍‌ ଚିନ୍ତାରେ ନିମଗ୍ନ ହୋଇପାରନ୍ତି। ଦେବ ଦର୍ଶନ ସୌଭାଗ୍ୟ ଅଛି। ଅଶାନ୍ତିର ମାତ୍ରା ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।

ମୀନ: ପରିଶ୍ରମର ମୂଲ୍ୟ ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବ। ନୀତିନିଷ୍ଠ ହେବେ। କୃଷିକର୍ମରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। ପତ୍ନୀଙ୍କ ମନବାଞ୍ଛା ପୂରଣ କରିପାରନ୍ତି। ବିନୟ ଭାବ ପ୍ରଦର୍ଶନ କରି ଲୋକଙ୍କ ଆଦରଣୀୟ ହେବେ।

Comments are closed.