ସୋମବାର ରାଶିଫଳ

ମେଷ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି ଉପରେ ଧ୍ୟାନ ଦେବେ। ଜଳପ୍ରତି ଆଦର ଓ ବୁଦ୍ଧିମାନ୍‌ ହେବେ।
ବୃଷ: ପଡ଼ୋଶୀଙ୍କ ବ୍ୟବହାର ମନରେ କଷ୍ଟ ଦେଇପାରେ। ଶ୍ରମ ସାର୍ଥକ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଉପୁଜି ପାରେ। ପ୍ରେମୀ ଓ ସାହସୀ ହେବେ।
ମିଥୁନ: ପରମ ଭାଗ୍ୟଶାଳୀ ହେବେ। ସ୍ବଭାବ-ସୁଲଭ ଗୁଣଯୋଗୁଁ ସମାଜରେ ଆଦର ଲାଭ କରିବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ଭାଇମାନଙ୍କ ଠାରୁ ଆଦର, ସମ୍ମାନ ମିଳିବ।
କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଅଧିକ ରୋଜଗାରକ୍ଷମ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ଯୁଦ୍ଧ ଅଥବା ମୋକଦ୍ଦମାରେ ବିଜୟୀ ହେବା ସହ ଧନଲାଭ ହେବ। ସୁସ୍ଥ ରହିବେ।
ସିଂହ: ଖର୍ଚ୍ଚ ପରିମାଣ ଯେତେ ବୃଦ୍ଧି ହେଉ ନା କାହିଁକି ଅର୍ଥାଭାବ ଦୂରୀଭୂତ ହେବ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଉପୁଜିପାରେ। ଚଞ୍ଚଳ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ରାଜଯୋଗ ଅଛି। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ।
କନ୍ୟା: ସୁସମ୍ବାଦ ପାଇ ଖୁସି ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୃହସୁଖ, ଯାନବାହନ ସୁଖ ଓ ସେବା ସୁଖ ମିଳିପାରେ।
ତୁଳା: ନୂତନ କାର୍ଯ୍ୟ ଆନନ୍ଦଦାୟକ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳ ପ୍ରଦୀପ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
ବିଛା: ନିଜକୁ ନିଜେ ସାନ୍ତ୍ବନା ଦେଇପାରନ୍ତି। ସେବା-ପୂଜାରେ ନିମଗ୍ନ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ସମୟ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।
ଧନୁ: ଶିବଦର୍ଶନ କରି ଶାନ୍ତି ଅନୁଭବ କରିବେ; ମାତ୍ର ସୁଖ ମିଳିବା କଷ୍ଟସାଧ୍ୟ ହେବ। ସ୍ବାଭିମାନୀ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସର୍ଦି-କଫ ଜନିତ ପୀଡ଼ା ଉପୁଜିପାରେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
ମକର: ପାରିବାରିକ ଅଶାନ୍ତି ଦୂରେଇ ଯିବ। ବନ୍ଧୁ ସହଯୋଗ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ଆଗ୍ରହୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିଲେ ସଫଳତା ମିଳିବ।
କୁମ୍ଭ: ସତର୍କତା ହିଁ କ୍ଷତି ଭରଣାର କାରକ ହେବ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରି ଚାଲିବେ। ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧାଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।
ମୀନ: ଠାକୁରଙ୍କ ଦର୍ଶନ ଲାଭ କରି ଆତ୍ମସନ୍ତୋଷ ଲାଭ କରିବେ। ଦ୍ରବ୍ୟ ନଷ୍ଟ ହେଲେ ବି ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହେବେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ସୁଖ-ଭୋଗ କରିବେ।

Comments are closed.