ସୋମବାର ରାଶିଫଳ

ମେଷ: ମନୋବଳ ଦୃଢ଼ ରହିବ। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫ ଜନିତ ସାମାନ୍ୟ କଷ୍ଟ ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।

ବୃଷ: କର୍ତ୍ତୃପକ୍ଷଙ୍କ ତରଫରୁ ଚାପ ସୃଷ୍ଟି ହୋଇପାରେ। ପରାମର୍ଶ ନେଇ କାର୍ଯ୍ୟ କରିବାକୁ ପଡ଼ିବ। ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ମିଳିବ।

ମିଥୁନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ରଣାଙ୍ଗନରେ ପାରଙ୍ଗମ ହେବେ। ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ରହିବେ।

କର୍କଟ: ଉପୁଜି ଥିବା ବିବାଦର ସମାଧାନ ହେବ। କାର୍ଯ୍ୟରେ ବାଧା ଦେଖା ଦେଇପାରେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। କାର୍ଯ୍ୟ ହାସଲ କରିବାକୁ ହେଲେ ଖର୍ଚ୍ଚାନ୍ତ ହେବେ।

ସିଂହ: କୃଷି କାର୍ଯ୍ୟର ଅଗ୍ରଗତି ଘଟାଇ ପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ରାଜଦ୍ବାରରେ ସମ୍ମାନିତ ହେବାସହ ଅର୍ଥ ପ୍ରାପ୍ତ ହେବ।

କନ୍ୟା: କାର୍ଯ୍ୟ ହାସଲ କରିବାକୁ ହେଲେ ଅପେକ୍ଷା କରିବାକୁ ପଡ଼ିବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକ ପଡ଼ିିବ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ।

ତୁଳା: ଚିନ୍ତାଧାରା ଉନ୍ନତମାନର ହେବ। ସେବା ପୂଜାରେ ମନୋନିବେଶ କରିବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ କଟାଇପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ ଓ ସମ୍ପତ୍ତିବାନ୍‍ ହେବେ।

ବିଛା: କୌଣସି ଏକ କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି। ସନ୍ମମାର୍ଗୀ ହେବା ସହିତ ଯଶସ୍ୱୀ ହେବେ। ଶ୍ରେଷ୍ଠମାନ୍ୟତା ପ୍ରାପ୍ତ ହେବେ। ବିତ୍ତବାନ୍‍ ହେବେ। ସୌଭାଗ୍ୟ ଉଦୟ ହୋଇଛି; ମାତ୍ର ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

ଧନୁ: କାର୍ଯ୍ୟ ସିଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିବେ। ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପତ୍ନୀଙ୍କ ସହାୟତା ମିଳିବ।

ମକର: ବ୍ୟବସାୟ ଲାଭଜନକ ହେବ। ମନୋବାଳ ବଢ଼ିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଉପୁଜି ପାରେ। ବଦଖର୍ଚ୍ଚୀ ହୋଇପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି।

କୁମ୍ଭ: ନୂତନ ଓ ଅଧିକ କାର୍ଯ୍ୟ ବହନ କରିବାକୁ ହାତକୁ ଆଣିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। ଜ୍ୟୋତିର୍ବିଦ୍ୟାଦି ଗୁପ୍ତ ବିଦ୍ୟା ଉପରେ ରୁଚି ରଖି ପାରନ୍ତି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ।

ମୀନ: ଭ୍ରାତୃ ବିବାଦର ଆପୋଷ ସମାଧାନ ହେବ। ଉଦାର ପ୍ରକୃତିର ହେବେ। ଦାନ-ଧର୍ମକୁ ଶ୍ରେୟ ମଣି ପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ନିଦର୍ଶକ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। କୃଷିକର୍ମକାରୀ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ଓ ବୁଦ୍ଧିମାନ ହେବେ।

Comments are closed.