ସୋମବାର ରାଶିଫଳ

ମେଷ: ଅଶ୍ବିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରେ ଲାଭବାନ୍‌ ହୋଇପାରନ୍ତି। ଆଶାବାଦୀ ହେବେ। ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ଶି​‌େ​‌ଳ୍ପାଦ୍ୟୋଗୀ ହେବେ। ଚଞ୍ଚଳ ଚେଷ୍ଟିତ ହେବେ। ଦ୍ବିଜା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ମିଳିବ।

ବୃଷ: ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ପାରିବାରିକ ସୁଖ ବୃଦ୍ଧି ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ରୋହିଣୀ ନକ୍ଷତ୍ରର ସାମାନ୍ୟ ଶୁଭ।

ମିଥୁନ: ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟ ଶେଷ କରିବା ପାଇଁ ଉପାୟ ଚିନ୍ତା କରିବେ। ବ୍ୟୟ ବୃଦ୍ଧି ସମାନ୍ତରାଳରେ ଗତି କରିବ। ଭାଗ୍ୟବାନ୍‌ ହେବେ। ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି ସ୍ବଳ୍ପ ସୁଖ ଆଶା କରାଯାଏ।

କର୍କଟ: ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ଚିନ୍ତାଧାରା ଉନ୍ନତମାନର ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ସମୃଦ୍ଧି ପଥରେ ଆଗକୁ ବଢ଼ିବେ। ବହୁ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ପୁନର୍ବସୁ ଅଶ୍ଳେଷା ନକ୍ଷତ୍ରର ସାମାନ୍ୟ ଶୁଭ।

ସିଂହ: ମଘା ଓ ଉତ୍ତରା ଫାଲ୍‍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ବନ୍ଧୁବର୍ଗଙ୍କ ଦ୍ୱାରା ସମ୍ମାନିତ ହେବେ। ସୁଖ ସମ୍ମାନ ଲାଭ କରିପାରନ୍ତି। ସ୍ଥିତି ଶୁଭଙ୍କର ହେବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପୂର୍ବା ଫାଲ୍‍ଗୁନୀ ଜାତ ବ୍ୟକ୍ତି ଅଳ୍ପ ସୁଖ ମିଳିବ।

କନ୍ୟା: ଉତ୍ତରା ଫାଲ୍‍ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତବ୍ୟକ୍ତି ଆଶାବାଦୀ ହୋଇପାରନ୍ତି। ବିନୟ ସ୍ୱଭାବର ହେବେ। ମହାନ୍‍ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ପ୍ରବଳ ପ୍ରତାପୀ ହୋଇପାରନ୍ତି। ସତ୍‍ପଥଗାମୀ ହେବେ। ହସ୍ତା ନକ୍ଷତ୍ର ଜାତବ୍ୟକ୍ତିର ସମାନ୍ୟ ଶୁଭ।

ତୁଳା: ସ୍ୱାତୀ ଓ ଚିତ୍ରା ନକ୍ଷତ୍ର ଜାତବ୍ୟକ୍ତି ବହୁଧନ, ପୁତ୍ର ଓ ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି। ସୁଖୀ ହେବେ। ହାସ୍ୟ ସୁଖ, ବିଶୁଦ୍ଧ ଭାଷୀ ହେବେ। ବିଶାଖା ନକ୍ଷତ୍ର ଜାତବ୍ୟକ୍ତି ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ।

ବିଛା: ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ପଦୋନ୍ନତି ପାଇବା ପାଇଁ ଚେଷ୍ଟା କରିବେ। ବନ୍ଧୁ ସୁଖ ମିଳିପାରେ। ଶାସ୍ତ୍ରପଟୁ ହୋଇପାରନ୍ତି। ସୁବର୍ଣ୍ଣ ପଦାର୍ଥ ଲାଭ ହୋଇପାରେ। ଦାତା, ଭୋକ୍ତା, ଗୁଣବାନ୍‍, ଧନୀ ଓ ମାନୀ ହୋଇପାରନ୍ତି। ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ।

ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ଚାକିରି କ୍ଷେତ୍ରରେ ଆଶାଫଳବତୀ ହେବ। ଶତ୍ରୁ ଆପଣା ଛାଏଁ ପଛଘୁଞ୍ଚା ଦେଇ ପାରନ୍ତି। ପାରିବାରିକ କ୍ଷେତ୍ରରେ ଆନନ୍ଦ ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ପୂର୍ବାଷାଢ଼ା ନକ୍ଷତ୍ରର ସାମାନ୍ୟ ଶୁଭ।

ମକର: ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ଗୃହର ବାତାବରଣ ଆନନ୍ଦଦାୟକ ହେବ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ନିଜର ସାମର୍ଥ୍ୟ ବଳରେ ବିଜୟୀ ହେବେ। ଧନାଗମର ସୂଚନା ମିଳୁଛି। ଶ୍ରବଣା ନକ୍ଷତ୍ରର ସାମାନ୍ୟ ଶୁଭ।

କୁମ୍ଭ: ଧନିଷ୍ଠା ଓ ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ଚାକିରି କ୍ଷେତ୍ରରେ ଆଶା ଫଳବତୀ ହେବ। କର୍ମ ତତ୍ପରତା ପ୍ରକାଶ ପାଇବ। ଉତ୍ତମ ଓ ଶ୍ରେଷ୍ଠ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ଧନଲାଭର ସୂଚନା ମିଳୁଛି। ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭ।

ମୀନ: ଉତ୍ତରା ଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତିର ଶ୍ରମ ସାର୍ଥକ ହେବ। ଅନ୍ୟର ମଙ୍ଗଳ କାମନା କଲେ ନିଜେ ଅନୁଗୃହିତ ହୋଇପାରନ୍ତି। ପରଧନରେ ଧନୀ ହୋଇପାରନ୍ତି। ରସିକ ହେବେ। ରେବତୀ ଓ ପୂର୍ବଭାଦ୍ର ନକ୍ଷତ୍ର ଜାତବ୍ୟକ୍ତିଙ୍କ ସାମାନ୍ୟ ଶୁଭଫଳ।

Comments are closed.