ସୋମବାର ରାଶିଫଳ

0

ମେଷ: ଦୁଶ୍ଚିନ୍ତାର ପରିସମାପ୍ତି ଘଟିବ। କାର୍ୟ୍ୟରେ ସଫଳତା ଲାଭ କରିପାରନ୍ତି। ଚିନ୍ତାଧାରାରେ ପବିତ୍ର ଦେଖା ଦେବ। ଅନୁଗୃହୀତ ହୋଇପାରନ୍ତି। ଧର୍ମ-କର୍ମ ସଂପାଦନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନିତ ହେବେ।
ବୃଷ: ବିଳମ୍ବରେ କାର୍ୟ୍ୟ ହାସଲ କରିବେ। ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ସୃଷ୍ଟି ହୋଇଛି। ତ୍ୟାଗପୂତ ମନୋଭାବ ଗ୍ରହଣ କରିପାରନ୍ତି। ପ୍ରତ୍ୟେକ କାର୍ୟ୍ୟ ତୁରନ୍ତ ପୂର୍ଣ୍ଣାଙ୍ଗ କରିବାକୁ ଉଦ୍ୟମ କରିବେ।
ମିଥୁନ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଆୟ ଆଶାନୁରୂପ ହେବ। ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତ ହେବ।
କର୍କଟ: ଧର୍ମ କାର୍ୟ୍ୟରେ ମନୋନିବେଶ କରିବେ। ଅନୁଗୃହୀତ ହୋଇପାରନ୍ତି। କାର୍ୟ୍ୟ ପ୍ରାପ୍ତିରେ ବିଳମ୍ବ ଘଟିପାରେ। ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ମଧୁର କଥା କହି ଲୋକଙ୍କ ମନ, ମୁନ, ଚୈତନ୍ୟକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରିବେ।
ସିଂହ: ଉଦାର ନୀତି ଅବଲମ୍ବନ କରିପାରନ୍ତି। ଧର୍ମ କାର୍ୟ୍ୟରେ ନିଜକୁ ନିୟୋଜିତ କରିବେ। ପ୍ରତ୍ୟେକ କାର୍ୟ୍ୟରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ପାରିବାରିକ ଜୀବନକୁ ସରସ ସୁନ୍ଦର କରି ଗଢ଼ିତୋଳିବେ କୀର୍ତ୍ତିମାନ୍‍ ହେବେ।
କନ୍ୟା: ଗାଡ଼ି-ମଟର ଚଳାଚଳରେ ସତର୍କ ରହିବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦରେ ବିଜୟୀ ହେବେ। ଶତ୍ରୁମାନଙ୍କ ଠାରୁ ଦୂରେଇ ରହିବେ। ସରକାରୀ ଅର୍ଥ ମିଳିପାରେ। ପ୍ରଦୂଷଣମୁକ୍ତ ଗୃହରେ ବାସ କରିବେ।
ତୁଳା: ଉଦାର ସ୍ୱଭାବର ହେବେ। ଭାଗ୍ୟବାନ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ସୁଖ ମିଳିବ।
ବିଛା: ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ବନ୍ଧୁମାନେ ଆଡ଼ ହୋଇ ଯିବାର ସୂଚନା ମିଳୁଛି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଉଚ୍ଚସ୍ଥାନ ଆରୋହଣ ମନା ଜଳଯାତ୍ରା ଓ ଯାନବାହନରେ ସତର୍କ ରହିବେ
ଧନୁ: ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ଯଶସ୍ୱୀ ହେବେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ନିଜର ସହନଶୀଳତା ଗୁଣରୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ସମ୍ମାନିତ ହେବାର ସୂଚନା ମିଳୁଛି।
ମକର: ଯାନବାହନ ଜନିତ ସୁଖ ଅନୁଭବ କରିବେ। ଦୁଃସାହସିକ ପଦକ୍ଷେପ ନେଇ କାର୍ୟ୍ୟ କରିବେ। ସେହି କାର୍ୟ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ। ବ୍ୟବସାୟ ଲାଭଜନକ ହେବ। ନିର୍ମାଣ କାର୍ୟ୍ୟଶେଷ କରିବେ।
କୁମ୍ଭ: ସହଜ-ସୁଲଭ ଗୁଣର ପରିପ୍ରକାଶ ଘଟାଇ ପାରନ୍ତି। ଭୟରେ ଆଶଙ୍କିତ ହେଉଥିବାବେଳେ ବହୁଶୁଭ ଫଳ ମିଳିବାର ସୂଚନା ମିଳୁଛି। ହଠାତ୍‍ କିଛି ଅର୍ଥ ମିଳିପାରେ। ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତ ବହିତ। ବ୍ୟବସାୟରେ ଲାଭହେବ।
ମୀନ: ଯାତ୍ରା ଶୁଭ ଦାୟକ ହେବ। ଦାନ-ଧର୍ମ ପ୍ରତି ଆକୃଷ୍ଟ ହେବେ। କୃଷିକ୍ଷେତ୍ର ଲାଭଦାୟକ ହେବ। ସୁସ୍ଥ ଓ ନିରାମୟ ରହିବେ। ଧାର୍ମିକ ମନୋବୃତ୍ତିର ହୋଇପାରନ୍ତି। ପ୍ରତ୍ୟେକ କାର୍ୟ୍ୟ ଶୀଘ୍ର ଓ ଶେଷ କରିବାକୁ ଇଚ୍ଛାପ୍ରକାଶ କରିବେ।

Leave A Reply