ସୋମବାର ରାଶିଫଳ

ମେଷ: ଉନ୍ନତିମୂଳକ କାର୍ଯ୍ୟରେ ମନ ଦେବେ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିପାରନ୍ତି। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଠାକୁର ଦର୍ଶନ କରି ସୁଖୀ ହେବେ। ସରକାରୀ ସ୍ତରରୁ ଲାଭ ମିଳିବ।
ବୃଷ: ନିରବ ଚିନ୍ତକ ହେବେ। ମୋହରେ ପଡ଼ିଲେ ଅପଦସ୍ତ ହୋଇପାରନ୍ତି। ଶତ୍ରୁବିଜୟୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି। ଆକସ୍ମିକ ସମସ୍ୟା ଦେଖାଦେଇପାରେ। ସତର୍କତାର ଦିନ।
ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଲାଭ ମିଳିବ। ସୁ ସ୍ୱାଦୁ ଭୋଜନ ମିଳବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
କର୍କଟ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଆଶାବାଦୀ ହେବେ। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ସବୁଠୁଁ ଭଲ। ବନ୍ଧୁ ବିରୋଧୀ ଘଟିପାରେ। ଖର୍ଚ୍ଚ ପରିମାଣ ଅଧିକତର ହେବ। ସ୍ନେହପୂର୍ଣ୍ଣ କଥାରେ ପରକୁ ଆପଣାର କରିବେ।
ସିଂହ: ଲାଗି ରହିଥିବା ଗଣ୍ଡଗୋଳର ସୁସମାଧାନ ହେବ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଦିନଟି ମଧ୍ୟମଧରଣର।
କନ୍ୟା: କାର୍ଯ୍ୟରେ ସଫଳତା ଲାଭ କରିବେ, ମାତ୍ର ବିଳମ୍ବିତ ହୋଇପାରେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।
ତୁଳା: ମନ ପ୍ରଫୁଲ୍ଲ ରହିବ। ପରିଶ୍ରମର ମୂଲ୍ୟ ମିଳିପାରେ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦରେ ବିଜୟ ଲାଭ କରିବେ। ଭକ୍ତି ଗାଥା ଶ୍ରବଣ କରିପାରନ୍ତି।
ବିଛା: ସ୍ଥାନ ପରିବର୍ତ୍ତନ ଘଟିପାରେ। ଆଳସ୍ୟ ପରିତ୍ୟାଗ କରି କାର୍ଯ୍ୟରେ ଆଗକୁ ବଢ଼ିବେ। ଆନନ୍ଦ ଉଲ୍ଲାସରେ ଦିନ ବିତାଇପାରନ୍ତି। ଅର୍ଥ ଟାଣଟୁଣ ରହିବ। ତାମ୍ର, ପ୍ରବାଳ, ସୁବର୍ଣ୍ଣାଦି ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ଅର୍ଥ ମିଳିପାରେ।
ଧନୁ: ଲାଗି ରହିଥିବା ବିବାଦର ସୁସମାଧାନ ହୋଇପାରେ। ସୁଖ-ସନ୍ତୋଷ ମିଳିବ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଆନନ୍ଦ ଉପଭୋଗ କରିବେ। ସୁସ୍ୱାଦୁ ଭୋଜନ ମିଳିବ।
ମକର: ଅଜାଣତରେ କ୍ଷତି ସହିପାରନ୍ତି। ସାମୟିକ ଆତ୍ମଗୋପନ କରି ଶତ୍ରୁ ଉପରେ ଆକ୍ରମଣ କରିବେ। ଶତ୍ରୁକୁ ପରାସ୍ତ କରି ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ପାଇ ଉତ୍‍ଫୁଲ୍ଲିତ ହେବେ। ଦିନଟି ଶୁଭଙ୍କର। ଋଣ ପରିଶୋଧ କରି ଖୁସି ହେବେ।
କୁମ୍ଭ: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଅଧ୍ୟୟନରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହେବେ। ଦିନଟି ମଧ୍ୟମ ଧରଣର। ପାରିବାରିକ ସୁଖ ମିଳିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ।
ମୀନ: ନିଜ କାର୍ଯ୍ୟକୁ ପଛରେ ପକାଇ ପର ପାଇଁ କାର୍ଯ୍ୟ କରି ପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ବହୁ ପରିଶ୍ରମ ପଡ଼ିଲେ ମଧ୍ୟ ତା’ର ମୂଲ୍ୟାଙ୍କନ ହେବ। କୃଷିକର୍ମରେ ପାରଙ୍ଗମ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ମଧୁରଭାଷୀ ହେବେ।

Comments are closed.