ସୋମବାର ରାଶିଫଳ

ମେଷ: ମନ ଅଶାନ୍ତ ହୋଇପାରେ। ବ୍ୟୟ ବୃଦ୍ଧିର ସସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଧନାଗମ ହେବ। ଉତ୍ତମ ବଂଶରୁ କନ୍ୟା ଲାଭ ହୋଇପାରେ। ସୁଗୁଣ ସମ୍ପନ୍ନ ହେବେ। ପୁତ୍ରାଦି ଯୁକ୍ତ ଓ କାବ୍ୟ କର୍ତ୍ତା ହେବେ।
ବୃଷ: ସାଧାନାରେ ସିଦ୍ଧିପ୍ରାପ୍ତ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଭୋଗ-ବିଳାସ କରିପାରନ୍ତି। ଗୁଣବାନ୍‌ ହେବେ। ମନରେ ପ୍ରସନ୍ନତା ଆସିବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।
ମିଥୁନ: ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ସଦ୍‌ବ୍ୟୟୀ ହେବେ। ବହୁ ଶୁଭଫଳ ପାଇ ଭାବବିହ୍ବଳ ହୋଇପାରନ୍ତି। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ ଓ ବହୁବିଧ ଧନର ଅଧିକାରୀ ହେବେ।
କର୍କଟ: ଗୃହ କାର୍ଯ୍ୟରେ ମନଦେଇପାରନ୍ତି। ମନ ପ୍ରସନ୍ନ ରହିବ। ଆର୍ଥିକ ଅଭିବୃଦ୍ଧି ଘଟିପାରେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନବାନ୍‍ ଓ ସ୍ତ୍ରୀ ମୋହନକାରୀ ହେବେ। ଅତିଥି ସେବାରେ ନିମଗ୍ନ ହେବେ।
ସିଂହ: ଆର୍ଥିକ ଅନଟନ ଦୂରୀଭୂତ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ନାନା ବିଭବରେ ପଣ୍ଡିତ ହୋଇପାରନ୍ତି। ଅଭିଯୋଗରୁ ନିର୍ଦୋଷ ସାବ୍ୟସ୍ତ ହେବେ। ଜଳଯାତ୍ରା ପ୍ରସ୍ତାବ ଥିଲେ ତାକୁ ସ୍ଥଗିତ ରଖନ୍ତୁ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
କନ୍ୟା: ନୂତନ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ଅଛି। ଭ୍ରମଣ ସୁଖ ମିଳିବ। ମନୋରମା କନ୍ୟାସହ ବିବାହ ସମ୍ବନ୍ଧ ସ୍ଥିିର ହୋଇପାରେ। ସୁବର୍ଣ୍ଣାଦି ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ସେବା ମନୋଭାବର ହେବେ। ବ୍ୟବସାୟ ଲାଭଜନକ ହେବ।
ତୁଳା: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୁଯୋଗ ଅଛି। ପରମାନନ୍ଦ ମିଳିପାରେ। ଶ୍ରେଷ୍ଠ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରି ଧନ୍ୟବାର୍ହ ହେବେ। ଶାସ୍ତ୍ରଜ୍ଞ ହେବେ। ଧନାନ୍ୱିତ ହୋଇପାରନ୍ତି। ସତ୍ୟର ପୂଜାରୀ ହେବେ।
ବିଛା: ନିଜ ମତରେ ଦୃଢ଼ ରହିବେ। ସନ୍‌ମାର୍ଗୀ ହେବେ। କନ୍ୟା ସନ୍ତାନଙ୍କ ଉପରେ ଅଧିକ ସ୍ନେହ, ଶ୍ରଦ୍ଧା ରହିବ। ଶାସ୍ତ୍ରପଟୁ, ପୁଣ୍ୟଦେହୀ, ସୁବର୍ଣ୍ଣାଦିଯୁକ୍ତ ରାଜପୂଜିତ ହେବେ। ଶକ୍ତିମାନ ହେବେ। ଶତ୍ରୁ ବିନାଶ କରିପାରନ୍ତି। ଅମାୟିକ ହେବେ। ପ୍ରଭୁତ୍ୱ ବିସ୍ତାର କରିପାରନ୍ତି।
ଧନୁ: ଶ୍ରେଷ୍ଠ ପଦ-ପଦବୀଧାରୀ ହୋଇପାରନ୍ତି। ସାରା ରାଜ୍ୟରେ ଆଧିପତ୍ୟ ବିସ୍ତାର କରିବେ। ପୁଣ୍ୟବାନ୍‍ ଓ ସୁଶୀଳ ହେବେ। ଶୁଦ୍ଧ ସ୍ୱଭାବର ହେବେ। ଜଳ ବଲ୍ଲଭରେ ପରିଗଣିତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। କୀର୍ତ୍ତିମାନ୍‍ ହେବେ।
ମକର: ଭ୍ରାତୃ ବିବାଦ ଲାଗି ରହିପାରେ। କ୍ରୋଧିତ ହୋଇପାରନ୍ତି। ପାରିବାରିକ ଶାନ୍ତି ମିଳିବ। ଧନବୃଦ୍ଧି ହେବାର ସୂଚନା ମିଳୁଛି। ଭୟ ଓ ଆଶଙ୍କା ଦୂର ହୋଇପାରେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ସରକାରୀ ଅର୍ଥ ପାଇବେ।
କୁମ୍ଭ: ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ପୁଣ୍ୟବାନ୍‍ ହେବେ। ବହୁ ମିତ୍ରଙ୍କ ସହଯୋଗ ମିଳିବ। ଯଶସ୍ୱୀ ହେବେ। ସର୍ବତ୍ର ବିଜୟୀ ହେବେ। ସୁଭାଷୀ ଓ ଉତ୍ତମ ବିଦ୍ୟାଯୁକ୍ତ ହେବେ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସଫଳ ହେବେ।
ମୀନ: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍‍ ହୋଇପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପାରିବାରିକ ସୁଖ ମିଳିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆବନ୍ଧୁ ଜୁଟିବେ।

Comments are closed.