ସୋମବାର ରାଶିଫଳ ( ୦୩. ୦୨. ୨୦୨୦)

ମେଷ: ଆଳସ୍ୟ ପରାୟଣ ହୋଇପାରନ୍ତି। କର୍ମକୁଶଳତା ପ୍ରକାଶ ପାଇବ। ଦୁଶ୍ଚିନ୍ତା ହ୍ରାସ ପାଇବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ହୃଷ୍ଟଚିତ୍ତ, କୀର୍ତ୍ତିମାନ୍‍ ଓ ଅତିସୁଖୀ ହେବେ।
ବୃଷ: ଯାତ୍ରା ଶୁଭ ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ବନ୍ଧୁ ସହଯୋଗ ପାଇବେ। ଧନଲାଭ ହେବ। ମନ ଖୁସି ରହିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶାସ୍ତ୍ରପଟୁ, ପୁଣ୍ୟଦେହି ସୁବର୍ଣ୍ଣାଦିଯୁକ୍ତ ଓ ରାଜବଂଶ ପୂଜିତ ହେବେ।
ମିଥୁନ: ଅଯଥା ଅଧିକ ବ୍ୟୟ ହେବାରୁ ମନସ୍ତାପ କରିପାରନ୍ତି। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଚକ୍ଷୁ ଯନ୍ତ୍ରଣା ଅନୁଭବ କରିବେ। ପତ୍ନୀଙ୍କ ଅସୁସ୍ଥତା ପାଇଁ ଚନ୍ତିତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣାଦାତା ହେବେ।
କର୍କଟ: ମିଳିଥିବା ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ମୂଲ୍ୟବାନ୍‍ ଦ୍ରବ୍ୟର ଲାଭ ହେବ। କାର୍ଯ୍ୟରେ ସଫଳତା ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ରାଜକୃପା ଲାଭ କରିବେ।
ସିଂହ: ଶକ୍ତି, ବୁଦ୍ଧି ଓ ସାହସିକ ପଦକ୍ଷେପ ନେଇ ଅସାଧ୍ୟ ସାଧନ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଦେଦବର୍ଶନର ସୌଭାଗ୍ୟ ଅଛି। ସରକାରୀ ଅର୍ଥ ପ୍ରାପ୍ତ ହେବେ। ଗୁଣଜ୍ଞ ହେବେ।
କନ୍ୟା: କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଆପଣଙ୍କୁ ଧର୍ମକାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ଆୟ ବୃଦ୍ଧି ହେବା ଆଶା କରାଯାଏ। ନୈତିକତା ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନବାନ୍‍ ହେବେ। ମହିଳାମାନଙ୍କ ମନ ନେଇ ପାରନ୍ତି।
ତୁଳା: ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ। ସ୍ୱାଭିମାନୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା, ଉଚ୍ଚସ୍ଥାନ ଆରୋହଣ ଓ ଯାନବାହନରେ ସତର୍କ ରହିବେ।
ବିଛା: ଅସାଧ୍ୟ ସାଧନ କରିପାରନ୍ତି। ବନ୍ଧୁ ମିଳନ ଘଟିପାରେ। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ପରାମର୍ଶ ଲାଭପ୍ରଦ ହେବ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଯଶ ଅର୍ଜନ କରି ଚଞ୍ଚଳ ଚେଷ୍ଟିତ ହେବେ। ଯଶ ଅର୍ଜନ କରି ସୁଖୀ ହେବେ।
ଧନୁ: କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମତୃପ୍ତି ଲାଭ କରିବେ। କ୍ରୋଧ ସମ୍ବରଣ କଲେ ଜନସାଧାରଣଙ୍କ ସ୍ନେହଭାଜନ ହେବେ। ମନରେ ସରସତା ଆସିବ। ଚିନ୍ତାଧାରା ଉନ୍ନତମାନର ହେବ। କର୍ତ୍ତବ୍ୟ ନିଷ୍ଠ ହେବେ। ଶୁଭ ଖବର ମିଳିପାରେ।
ମକର: ଦିନସାରା ଭଲ-ମନ୍ଦ ଲାଗି ରହିବ। ମିଶ୍ରିତ ଫଳ ମିଳିବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବ। ପ୍ରୀତିଭୋଜନ ମିଳିବ। ସୌଭାଗ୍ୟ ଉଦୟ ହୋଇଥିବାରୁ ଆକସ୍ମିକ ଧନ ମିଳିବ।
କୁମ୍ଭ: ବେଳେ ବେଳେ ଗୁରୁଦାୟିତ୍ୱ ବହନ କରି ନିର୍ଭୀକ ଭାବେ ସମ୍ପାଦନ କରିବେ। ଗର୍ବିତ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯାନବାହନ ସୁଖ ମିଳିବ। ଶତ୍ରୁ ପଦାନତ ହେବ।
ମୀନ: ଯେକୌଣସି କାର୍ଯ୍ୟ ସମ୍ପାଦନ କଲେ ଅପୂର୍ବ ସଫଳତା ମିଳିବ। ଅତ୍ୟନ୍ତ ଶୁଭପ୍ରଦ ହେବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ଶାନ୍ତ-ସନ୍ତୋଷ ମିଳିବ। ବିବାଦରେ ବିଜୟୀ ହେବେ।

Comments are closed.